ଜାତୀୟ

ବିହାରରେ ନିର୍ଭୟା କାଣ୍ଡର ପୁନରାବୃତ୍ତି, ବସ୍‌ରେ ନାବାଳିକାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ ଅଭିଯୋଗ

ଚମ୍ପାରଣ: ବିହାର ପଶ୍ଚିମ ଚମ୍ପାରଣରେ ଦେଖିବାକୁ ମିଳିଛି ଦିଲ୍ଲୀ ନିର୍ଭୟା କାଣ୍ଡ । ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ବସ୍‌ରେ ନାବାଳିକାଙ୍କୁ ଡ୍ରାଇଭର, କଣ୍ଡକ୍ଟରଙ୍କ ସମେତ ଅନ୍ୟମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ନାବାଳିକା ଜଣଙ୍କ ପାଟନା ଯିବାକୁ ବସଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ବସ୍ କର୍ମଚାରୀ ତାଙ୍କୁ ଡାକି ନେଇଥିଲା । ପରେ ଡ୍ରାଇଭର ବସ୍‌କୁ ବାଇପାସ୍ ରୋଡ୍ ନେଇଯାଇଥିଲା । ନାବାଳିକାଙ୍କୁ ପାନୀୟରେ ନିଶା ଦେଇଥିଲେ ବସ୍ କର୍ମଚାରୀ । ଫଳରେ ନାବାଳିକା ଜଣଙ୍କ ଅଚେତ ହୋଇଯିବା ପରେ ସେମାନେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଅଭିଯୁକ୍ତମାନେ ପୀଡିତାକୁ ବସ୍ ଭିତରେ ବନ୍ଦ କରି ଫେରାର ହୋଇଯାଇଥିଲେ ।

ପରେ ପୀତିତାଙ୍କ ଚେତା ଫେରିବା ପରେ ଭିତର ପଟୁ ବସ୍ ର ଝରକାରେ ଖଟଖଟ କରିଥିଲେ । ସେହି ରାସ୍ତା ଦେଇ ଯାଉଥିବା ଲୋକେ ପୀଡିତାକୁ ବସ୍ ଭିତରୁ ଉଦ୍ଧାର କରିଥିଲେ । ଲୋକେ ଘଟଣା ସଂପର୍କରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ନାବାଳିକାଙ୍କୁ ସୁରକ୍ଷା ପ୍ରଦାନ କରିଛି । ପୀଡିତାଙ୍କୁ ମେଡିକାଲକୁ ପଠାଯାଇଛି । ପୋଲିସ ମାମଲାର ତଦନ୍ତ କରୁଛି । ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ବସ୍ ଡ୍ରାଇଭର ଫେରାର ହୋଇଯାଇଛି । ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com