ଜାତୀୟ

ଚିଡିଆଖାନା ବାହାରେ ବୁଲୁଛି ଅଜବ ଜନ୍ତୁ, ମୁନିଆ ମୁନିଆ କାନ, ଲୋକେ କହୁଛନ୍ତି ଏଲିୟନ…

ନୂଆଦିଲ୍ଲୀ : ଚିଡିଆଖାନାରେ ଅଜବ ଜନ୍ତୁ । ଦେଖିବାକୁ ଭିନ୍ନ । ରୂପ ବି ପୁରା ଅଲଗା । ଯାହାକୁ ଦେଖି ସମସ୍ତେ ଚକିତ । କିଛି ଏପରି ଘଟିଛି ଆମେରିକାର ଟେକ୍ସାସ ଚିଡିଆଖାନାରେ । ଚିଡିଆଖାନାରେ ଏକ ଅଜବ ଜୀବ ଦୃଶ୍ୟମାନ ହୋଇଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ନେଟିଜେନ୍ସ ଆଶ୍ଚର୍ଯ୍ୟ ହେଉଛନ୍ତି । ସିସିଟିଭି କ୍ୟାମେରାର ଏହି ଜୀବର ଫଟୋ କଏଦ ହୋଇଛି ।

ସିସିଟିଭି ଫୁଟେଜରେ ଦେଖାଯାଉଥିବା ଜୀବରଟି ଦୁଇଟି ଗୋଡରେ ଠିଆ ହୋଇଛି । ତାର କାନ ବି ମୁନିଆ ରହିଛି । ଏହା ଚିଡିଆଖାନାର ବାହାରେ ଠିଆ ହୋଇଛି । ତେବେ ଏହା କେଉଁ ଜୀବ ତାହା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ ।

ଫଟୋଟି ମେ ୨୧ ତାରିଖର ଅଟେ । ଏହାକୁ ରାତି ୧ଟା ୨୫ରେ ଉତ୍ତୋଳନ କରାଯାଇଛି । ଏହା ଅମାରିଲୋ ଚିଡିଆଖାନାର ଅଟେ । ଅଜବ ଜୀବଟି ଚିଡିଆଖାନାରେ ବୁଲୁଥିଲା । ଫଟୋଟି ପୁରା ସ୍ପଷ୍ଟ ଦେଖାଯାଉ ନଥିବା ବେଳେ ଏହା ଦୁଇଟି ଗୋଡରେ ଛିଡା ହୋଇଛି ।

ସେହିପରି  ସିଟି ଅଫ୍ ଅମାରେଲୀ ଟ୍ୱିଟ୍ କରି କହିଛି ଯେ, ଚିଡିଆଖାନା ବାହାରେ ବୁଲୁଥିବା ଟୋପି ପିନ୍ଧା ବ୍ୟକ୍ତି କିଏ । ଯାହାକୁ ଅନ୍ଧାରରେ କଏଦ କରାଯାଇଛି । ତେବେ କିଛି ଲୋକ ଏହାକୁ ଏଲିଅନ କହୁଥିବା ବେଳେ ଆଉ କିଛି ଛୁପକାବରା କହୁଛନ୍ତି ।

ଏହି ଫଟୋକୁ ଏଏନଆଇ ଡିଜିଟାଲ ସେୟାର କରିଛି । ଏହାସହ କ୍ୟାପ୍ସନରେ ଲେଖାଯାଇଛି ଯେ, ଛୁପକାବରା । ଟେକ୍ସାସ ଚିଡିଆଖାନାରେ ସିସିଟିଭି କ୍ୟାମେରାରେ ଏହା କଏଦ ହୋଇଛି । ଅଜବ ଜୀବକୁ ଚିହ୍ନିବା ପାଇଁ ସମସ୍ତେ ସହଯୋଗ କରନ୍ତୁ ।

Related Articles

Back to top button
WP Twitter Auto Publish Powered By : XYZScripts.com