Featuredଓଡ଼ିଶାଜାତୀୟରାଜନୀତି

ପ୍ରଧାନମନ୍ତ୍ରୀ ଓ ଆଦାନୀ ମହା ମେଗା ସ୍କାମ, ମାର୍ଚ୍ଚ ୬ ରୁ ୧୦ ଯାଏଁ ପ୍ରତିବାଦ ସଭା କରିବ କଂଗ୍ରେସ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଶରତ ରାଉତ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥି ଏବଂ ରଜନୀ ମହାନ୍ତିଙ୍କ ଉପସ୍ଥିତିରେ ପ୍ରଧାନ ମନ୍ତ୍ରୀ ଓ ଆଦାନୀ କମ୍ପାନୀ ସମୁହର ମହା ମେଗା ସ୍କାମର ଜେପିସି ତଦନ୍ତ ଦାବି କରାଯାଇଥିଲା । ବରିଷ୍ଠ ନେତା ରାଉତ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କର ଅସମ୍ଭବ ନୀରବତା ଏହି ସମସ୍ତ ପ୍ରକରଣ ଉପରେ କୁହେଳିକା ସୃଷ୍ଟି କରିଛି ଏବଂ ଏହା ବିରୋଧରେ ଓଡ଼ିଶା ପ୍ରଦେଶର ୩୩ ଟି ଯାକ ସାଂଗଠନିକ ଜିଲ୍ଲାରେ ପ୍ରେସବାର୍ତା ମାଧ୍ୟମରେ ସାଧାରଣ ଲୋକଙ୍କ ପାଖରେ ଏହି ମହା ଠକେଇର ପର୍ଦାଫାଶ କରାଯିବ ।

ମାର୍ଚ୍ଚ ୬ ରୁ ୧୦ ତାରିଖ ମଧ୍ୟରେ ପ୍ରତ୍ୟେକ ବ୍ଲକ/ଏନଏସି/ମ୍ୟୁନିସିପାଲ କର୍ପୋରେସନ ଇତ୍ୟାଦି ମାନଙ୍କରେ ଥିବା ସରକାରୀ ବ୍ୟାଙ୍କ କିମ୍ବା ଏଲଆଇସି ଅଫିସ ସାମନାରେ ପ୍ରତିବାଦ ସଭା ଆୟୋଜନ କରାଯିବ ଏବଂ ମାର୍ଚ୍ଚ ୧୩ ତାରିଖରେ ରାଜଭବନ ସମ୍ମୁଖରେ ଗଣଧାରଣା ମାଧ୍ୟମରେ ପ୍ରତିବାଦ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com