ଜାତୀୟ

ଦେଓଘର ଟ୍ରାଜେଡୀ : ୪୦ ଘଣ୍ଟା ଯାଏଁ ଝୁଲି ରହିଥିଲା ଜୀବନ, ତିନି ଜଣଙ୍କ ମୃତ୍ୟୁ; ଉଦ୍ଧାର କାର୍ଯ୍ୟ ଶେଷ

ନୂଆଦିଲ୍ଲୀ() ଝାଡଖଣ୍ଡର ଦେଓଘରରେ ରୋପୱେ ଦୁର୍ଘଟଣାରେ ଫସି ରହିଥିବା ସମସ୍ତଙ୍କୁ ଉଦ୍ଧାର କରାଯିବା ପରେ ଅପରେସନକୁ ଶେଷ କରାଯାଇଛି। ଦୀର୍ଘ ୪୦ ଘଣ୍ଟା ଧରି ଚାଲିଥିବା ଅପରେସନରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ସମସ୍ତଙ୍କ ମନକୁ ବିଚଳିତ କରିଛି । ମଝି ଆକାଶରେ ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଝୁଲି ରହିଥିଲା ୬୦ ଜୀବନ। ରବିବାର ସଂଧ୍ୟା ୫ଟାରେ ଦେଓଘରରେ ତ୍ରିକୂଟରେ ଦୁଇଟି ରୋପୱେ ପରସ୍ପର ସହ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଯୋଗୁଁ ରୋପୱେର ପରିଚାଳନା ସମ୍ପୂର୍ଣ୍ଣ ଠକ ହୋଇଯାଇଥିଲା ଏବଂ ୬୦ ଜଣ ଫସି ରହିଥିଲେ।

ଦୁର୍ଘଟଣାରେ ପରେ ମଝି ଆକାଶରେ ଫସି ରହିଥିବା ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଭାରାତୀୟ ବାୟୁସେନାକୁ ନିୟୋଜିତ କରାଯାଇଥିଲା। ମଙ୍ଗଳବାର ଅପରାହ୍ଣ ଯାଏଁ ଚାଲିଥିଲା ଏହି ଉଦ୍ଧାର କାର୍ଯ୍ୟ। ଆଜି ପ୍ରାୟ ୧୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲ। ଡ୍ରୋନ ସାହାଯ୍ୟରେ ଲୋକଙ୍କ ନିକଟକୁ ଖାଇବା ପିଇବା ପଠାଯାଉଥିଲା। ଦୁର୍ଘଟଣା କେତେ ଯେ ଭୟାବହ ଥିଲା ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ଉଦ୍ଧାର ଅଭିଯାନ ସମୟରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ଏଥିରୁ ଜଣଙ୍କ ଘର ପଶ୍ଚିମବଙ୍ଗରେ, ଯିଏ ହେଲିକପ୍ଟର ରେସକ୍ୟୁ ସମୟରେ ତଳେ ପଡିଯାଇଥିଲେ।

ଏହି ଦୁର୍ଘଟଣାରେ ଅନେକ ଆହତ ମଧ୍ୟ ହୋଇଛନ୍ତି। ଆହତଙ୍କୁ ଦେଓଘର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଝାଡଖଣ୍ଡ ହାଇକୋର୍ଟ ଏହି ମାମଲାର ସ୍ୱତଃ ସଜ୍ଞାନ ନେଇଛନ୍ତି। ଉଚ୍ଚ ନ୍ୟାୟାଳୟ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ ୨୬ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com