Breaking NewsFeaturedରାଜନୀତି

ମାନିଲା କଂଗ୍ରେସ । ମୋଦିଙ୍କ ବିନା ରାମ ମନ୍ଦିର ଅସମ୍ଭବ: ଆଚାର୍ଯ୍ୟ ପ୍ରମୋଦ ।

ସାକାର ହେଲା ୫୦୦ବର୍ଷର ସ୍ୱପ୍ନ । ତ୍ୟାଗ, ସଂଘର୍ଷ ଓ ବଳିଦାନର ପଡିଲା ପୂର୍ଣ୍ଣଛେଦ । ଜନ୍ମସ୍ଥାନରେ ବିରାଜିଲେ ପ୍ରଭୁ ରାମଲାଲା । ଏନେଇ ସାରା ଦେଶରେ ସୃଷ୍ଟି ହୋଇଛି ରାମମୟ ପରିବେଶ । ରାମ ରାମ ଧ୍ୱନିରେ କମ୍ପୁଛି ଅଯୋଧ୍ୟା । ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହିସମୟରେ ଉପସ୍ଥିତ ରହିଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ । ତେଣୁ ଏହି ଐତିହାସିକ ଦିନକୁ ମନେ ରଖିବା ପାଇଁ ସବୁଠି ଚାଲିଛି ଉତ୍ସାହ । ସେପଟେ ଭବ ରାମ ମନ୍ଦିରର ଉଦଘାଟନ ନେଇ ମୋଦିଙ୍କୁ ପ୍ରଶଂସା କରିଛନ୍ତି କଂଗ୍ରେସ ନେତା । ଯିଏକି ସବୁବେଳେ ପାର୍ଟି ଲାଇନ ବାହାରେ ଯାଇ ନିଜର ମତ ପ୍ରକାଶ କରନ୍ତି । ସେଥିପାଇଁ ଅନେକ ସମୟରେ ମନ୍ତବ୍ୟ ନେଇ ଚର୍ଚ୍ଚାକୁ ଆସିଥାନ୍ତି କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ । ସେ କହିଛନ୍ତି କୋର୍ଟଙ୍କ ନିଷ୍ପତ୍ତି ଯୋଗୁ ମନ୍ଦିର ନିର୍ମାଣ କାର୍ୟ୍ୟ କରାଯାଇଛି। ଭଗବାନ ଶ୍ରୀ ରାମଙ୍କ ଜନ୍ମସ୍ଥାନରେ ମନ୍ଦିର ନିର୍ମାଣ କରାଯାଇଛି।

ଯଦି ଦେଶର ପ୍ରଧାନମନ୍ତ୍ରୀ ମୋଦି ନ ଥାନ୍ତେ, ତେବେ ଏହି ନିଷ୍ପତ୍ତି ନିଆଯାଇ ନ ଥାନ୍ତା ଏବଂ ଏହି ମନ୍ଦିର ନିର୍ମାଣ ହୋଇ ନ ଥାନ୍ତା। ମୁଁ ରାମ ମନ୍ଦିର ନିର୍ମାଣ ଏବଂ ପ୍ରାଣ ପ୍ରତିଷ୍ଠା ଭଳି ଶୁଭ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶ୍ରେୟ ଦେବାକୁ ଚାହୁଁଛି। ଏହାସହ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ୟ୍ୟକ୍ରମ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି ବିରୋଧୀଦଳର ନେତାଙ୍କ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆଚାର୍ୟ୍ୟ ପ୍ରମୋଦ । ସେ କହିଛନ୍ତି, ଏହା ଦୁର୍ଭାଗ୍ୟଜନକ, କୌଣସି ଖ୍ରୀଷ୍ଟିଆନ କିମ୍ବା ପୁରୋହିତ କିମ୍ବା ମୁସଲମାନ ମଧ୍ୟ ପ୍ରଭୁ ରାମଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ, ରାମ ହେଉଛନ୍ତି ଭାରତର ଆତ୍ମା। ରାମ ବିନା ଭାରତ କଳ୍ପନା ମଧ୍ୟ କରାଯାଇପାରିବ ନାହିଁ। ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବା ଅର୍ଥ ଭାରତର ବିନାଶ। ଏହାର ଅର୍ଥ ହେଉଛି ସଭ୍ୟତା ଏବଂ ସଂସ୍କୃତିକୁ ଅପମାନିତ କରିବା। ଏହାର ଅର୍ଥ ହେଉଛି ଭାରତର ଗର୍ବ ଏବଂ ଅସ୍ତିତ୍ୱକୁ ଚ୍ୟାଲେଞ୍ଜ କରିବା। ମୁଁ ସମସ୍ତ ବିରୋଧୀ ଦଳଙ୍କୁ ଅନୁରୋଧ କରିବାକୁ ଚାହୁଁଛି, ଭାଜପା ସହିତ ଲଢନ୍ତୁ କିନ୍ତୁ ରାମଙ୍କ ସହିତ ନୁହେଁ। ସେପଟେ କଂଗ୍ରେସ ନେତାଙ୍କ ଏହି ବୟାନ ବିରୋଧୀ ମେଂଟ ପାଇଁ ବୁମେରାଂ ସାବ୍ୟସ୍ତ ହୋଇପାରେ ବୋଲି ମତ ପ୍ରକାଶ ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com