Featuredଜାତୀୟ

ନିମ୍ବ ଗଛରୁ ବାହାରୁଛି କ୍ଷୀର ! ଚାଲିଛି ପୂଜାର୍ଚ୍ଚନା…ଜମୁଛି ଲୋକଙ୍କ ଭିଡ଼

ଭୁବନେଶ୍ୱର: ଆଜିକାଲି ଗୋଟିଏ ନିମ୍ବ ଗଛକୁ ନେଇ ଚର୍ଚ୍ଚା ହେଉଛି। ବାସ୍ତବରେ, ଏହି ନିମ୍ବ ଗଛରୁ ଦୁଗ୍ଧ ପରି ପଦାର୍ଥ ବାହାରୁଛି । ଦେଖୁ ଦେଖୁ ଏହି ଖବର ଗାଁରେ ନିଆଁ ପରି ବ୍ୟାପିଗଲା। ଲୋକମାନେ କ୍ଷୀରର ପ୍ରବାହିତ ସ୍ରୋତକୁ ଦେଖିବା ପାଇଁ ଏକତ୍ରିତ ହେବାକୁ ଲାଗିଲେ। ଏଥିସହ ଏହାକୁ ଏକ ଚମତ୍କାର ବୋଲି ଭାବି ଲୋକମାନେ ଏହାକୁ ପୂଜା କରିବା ଆରମ୍ଭ କରିଦେଲେ। ଯାହାକୁ ଦେଖିବା ପାଇଁ ବହୁ ଦୂର ଦୂରାନ୍ତରୁ ଲୋକେ ଏଠାକୁ ଆସୁଛନ୍ତି।

ଏ ଘଟଣା ହେଉଛି ୟୁପିର କୌସମ୍ବି ଜିଲ୍ଲା ଜଲାଲପୁର ଘୋସି ଗାଁର, ଧଳା କ୍ଷୀର ପରି ତରଳ ପଦାର୍ଥ ହଠାତ୍ ଏକ ବର୍ଷ ପୁରୁଣା ନିମ୍ବ ଗଛରୁ ବାହାରିବା ଆରମ୍ଭ କଲା । ଏହା ଜାଣିବା ମାତ୍ରେ ଉକ୍ତ ସ୍ଥାନରେ ଲୋକଙ୍କ ଭିଡ଼ ଜିମିବାକୁ ଲାଗିଲା । ଏହା ପରେ ହଠାତ୍ ଗାଁର କିଛି ଲୋକେ ଏହି ଗଛ ମୂଳରେ ପୂଜା ଆରମ୍ଭ କରିଦେଲେ।

ଗ୍ରାମବାସୀଙ୍କ ଅନୁଯାୟୀ ଏହି ଗଛ ବହୁ ବର୍ଷ ପୁରୁଣା। କିଛି ଦିନ ପାଇଁ ଏହି ଗଛରୁ କିଛି ଦୁଗ୍ଧ ପରି ତରଳ ପଦାର୍ଥ ବାହାରୁଥିଲା, କିନ୍ତୁ ଶନିବାର ଦିନ ହଠାତ୍ ବୃଦ୍ଧି ପାଇଲା । ଏହାକୁ ଏକ ଭଗବାନଙ୍କର ଚମତ୍କାର ଭାବି ଲୋକଙ୍କ ଭିଡ଼ ଜମିଲା । ଅନ୍ୟପକ୍ଷରେ, କିଛି ଲୋକ ଏହାକୁ ପ୍ରସାଦ ବୋଲି ଭାବି ଘରକୁ ମଧ୍ୟ ନେଉଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com