Featuredଓଡ଼ିଶାଜାତୀୟରାଜନୀତି

ଆସନ୍ତା ୨୬ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା

ଭୁବନେଶ୍ୱର: ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସନ୍ତା ୨୬ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ବିଭାଗ ମନ୍ତ୍ରୀ ଅମିତ୍ ଶାହା । ଏହି ଅବସରରେ ଶାହା ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳିର ପାଳସାହି ଗ୍ରାମପଂଚାୟତ ଅନ୍ତର୍ଗତ ସାଁଆଳପୁରଠାରେ ଅନୁଷ୍ଠିତ ସାଧାରଣ ସଭାକୁ ଉଦ୍‌ବୋଦନ ଦେବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର ସୂଚନା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶାହା ୨୬ ତାରିଖ ସକାଳେ ଭୁବନେଶ୍ୱର ପହଂଚିବା ପରେ ବିମାନବନ୍ଦରଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ଏହା ପରେ ଭଦ୍ରକ ଲୋକସଭା ଅନ୍ତର୍ଗତ ଆରଡିକୁ ଯାଇ ପ୍ରଭୁ ଶ୍ରୀ ଆଖଣ୍ଡଳମଣୀ ଦର୍ଶନ କରି ଆର୍ଶୀବାଦ ନେବେ । ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀର କାର୍ଯ୍ୟକର୍ତାଙ୍କୁ ଶାହା ସାଁଆଳପୁର ସଭାରେ ଉଦ୍‌ବୋଦନ ଦେବେ । ଅପରାହ୍ନରେ ଭୁବନେଶ୍ୱର ପ୍ରତ୍ୟାବର୍ତନ କରି ରାଜ୍ୟ କାର୍ଯ୍ୟାଳୟଠାରେ ବରିଷ୍ଠ ନେତା ତଥା ପ୍ରମୁଖ ପଦାଧିକାରୀଙ୍କ ସହ ଆଲୋଚନା କରିବା ପରେ ସଂଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ସାଧାରଣ ସଂପାଦକ ସୂଚନା ଦେଇଛନ୍ତି ।

ଶାହାଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପି କାର୍ଯ୍ୟକର୍ତାଙ୍କ ମନରେ ଉତ୍ସାହ ରହିଛି । ତାଙ୍କ ଆଗମନ ନିଶ୍ଚିତ ଭାବେ ରାଜ୍ୟ ରାଜନୀତି ଏବଂ ଦଳୀୟ ସଂଗଠନ ଉପରେ ପ୍ରଭାବ ପକାଇବ ବୋଲି କର୍ମୀ କହିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com