Featuredଜାତୀୟସ୍ୱାସ୍ଥ୍ୟ

ଶସ୍ତା ହେବାକୁ ଯାଉଛି ୧୨୭ ପ୍ରକାରର ମେଡିସିନ୍

ନୂଆଦିଲ୍ଲୀ: ଅନେକ ପ୍ରକାରର ମେଡିସିନର ମୂଲ୍ୟ ହ୍ରାସ ଘଟିବାକୁ ଯାଉଛି । ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟିପକ୍ଷରୁ ୧୨୭ ପ୍ରକାରର ମେଡିସିନର ମୂଲ୍ୟ ସ୍ଥିର କରାଯାଇଛି । ଚଳିତ ବର୍ଷ କ୍ରମାଗତ ୫ମ ଥର ପାଇଁ କିଛି ମେଡିସିନର ମୂଲ୍ୟ କମ୍ ହେବାକୁ ଯାଉଛି ।
ତେବେ ଏହି ୧୨୭ ପ୍ରକାରର ମେଡିସିନରେ ପାରାସିଟାମଲ, ଆମୋକ୍ସିସିଲିନ, ରାବେପ୍ରାଜୋଲ ଓ ମେଟଫର୍ମିନ ଆଦିର ନାମ ସାମିଲ ରହିଛି । ଅନ୍ୟପକ୍ଷରେ ମଣ୍ଟେଲୁକାସ ଓ ମେଟଫର୍ମିନ ପରି କିଛି ଔଷଧର ମୂଲ୍ୟ ବୃଦ୍ଧି ହୋଇପାରେ ।

ବର୍ତ୍ତମାନ ପାରାସିଟାମଲ ୬୫୦ ଏମଜି ପ୍ରତି ଟାବଟେଲ ଦର ୨.୩ ଟଙ୍କାରେ ବିକ୍ରି ହେଉଛି । ଏବେ ଏହାର ମୂଲ୍ୟ ପ୍ରତି ଟାବଲେଟର ଦର ୧.୮ ଟଙ୍କା ସ୍ଥିର କରାଯାଇଛି । ଆମୋକ୍ସିସିଲିନ ଓ ପୋଟାସିୟମ କ୍ଲାଭୁଲାନେଟର ପ୍ରତି ଟାବଲେଟର ମୂଲ୍ୟ ୨୨.୩ ଟଙ୍କା ରହିଥିବା ବେଳେ ତାହା ହ୍ରାସ ପାଇ ୧୬.୮ ଟଙ୍କା ହୋଇଛି । ୪୦୦ ଏମଜି ମୋକ୍ସିଫ୍ଲୋଜାସିନର ପ୍ରତି ଟାବଲେଟର ମୂଲ୍ୟ ୩୧.୫ ଟଙ୍କାରୁ ହ୍ରାସ ପାଇ ୨୨.୮ ଟଙ୍କାରେ ପହଞ୍ଚିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com