ଜାତୀୟରାଜନୀତି

ସରକାରଙ୍କ କ୍ଷମତା ଅହଂକାର ଭାଙ୍ଗିପାରିବେ ଜନତା : ଶରଦ ପାୱାର

ସଂସଦରେ ସଂଖ୍ୟା ଗରିଷ୍ଠତା ଲାଗି ବିଜେପିର ବହୁତ ଅହଂକାର। ବିଜେପି ଶାସନକୁ ଦେଶରେ ଇଂରେଜ ଶାସନ ସହ ତୁଳନା କରି ଏନସିପି ନେତା ଶରଦ ପାୱାର ଧୂଲେରେ ଏହା କହିଛନ୍ତି। ସେ କହିଛନ୍ତି ଯେ କ୍ଷମତାର ଅହଂକାର ସାଧାରଣ ଜନତାଙ୍କ ଆଗରେ କିଛି ନୁହେଁ। ଯଦି ଜନତା ଏକଜୁଟ ହୋଇଯିବେ ତେବେ ବିଜେପିକୁ ଦିନ ଗଣିବାକୁ ପଡିଯାଇପାରେ। ଏଣୁ ବେଳହୁଁ ଚେତିଯିବା ଭଲ ବୋଲି ଏନସିପି ନେତା କହିଛନ୍ତି। ଧୂଲେରେ କାର୍ଯ୍ୟକର୍ତ୍ତାଙ୍କ ସମ୍ମିଳନୀକୁ ସମ୍ବୋଧିତ କରି ପାୱାର ଦେଶରେ ବିଜେପି ଶାସନକୁ ଇଂରେଜ ଶାସନ ସହ ତୁଳନା କରିଛନ୍ତି। ସାଧାରଣ ଲୋକଙ୍କୁ କ୍ଷମତାର ଅହଂକାର ଦେଖାଇବାର ପରିଣାମ ଜନତା ବେଶ ଦେଇ ପାରନ୍ତି ବୋଲି କହିଛନ୍ତି। ଲୋକସଭାରେ ଦ୍ରୌପଦୀ ମୁର୍ମୁଙ୍କ ପ୍ରସଙ୍ଗରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷାଙ୍କ ପ୍ରତି ବିଜେପି କରିଥିବା ଦୁର୍ବ୍ୟବହାର ପ୍ରସଙ୍ଗ ମଧ୍ୟ ରଖିଛନ୍ତି ପାୱାର। ରାଷ୍ଟ୍ରପତିଙ୍କ ପ୍ରସଙ୍ଗରେ ତାଙ୍କ ସହଯୋଗୀଙ୍କ ବୟାନ ଲାଗି ତାଙ୍କ ନାମ  କାହିଁକି  ଉଠୁଛି ବୋଲି ସୋନିଆ ବିଜେପି ସାଂସଦଙ୍କ ସହ ଆଲୋଚନା କରୁଥିବା ବେଳେ ଯେଉଁ ଭଳି ପରିସ୍ଥିତି ସୃଷ୍ଟି କରାଗଲା ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ପାୱାର କହିଛନ୍ତି। ବିଜେପି ସାଂସଦ ମାନେ ତାଙ୍କ ପ୍ରତି ଦୁର୍ବ୍ୟବହାର କରିଥିବା ସେ କହିଥିଲେ। କଂଗ୍ରେସ ସାଂସଦ ରାଷ୍ଟ୍ରପତିଙ୍କ ପ୍ରତି ଭୁଲ ଶବ୍ଦ ବ୍ୟବହାର କରିଥିବା ଜାଣିବା ପରେ ନିଜର ଭୁଲ ଭୁଝିପାରି କ୍ଷମାଯାଚନା କରିଥିଲେ। ତେବେ ବିଜେପି ଚାହୁଁଥିଲା ଏଥି ପାଇଁ ସୋନିଆ ଗାନ୍ଧି କ୍ଷମାମାଗନ୍ତୁ। ଏଣୁ ସଂସଦରେ ବିଜେପି ସାଂସଦ ଓ ମନ୍ତ୍ରୀମାନେ ସୋନିଆଙ୍କୁ ହଇରାଣ କରିଥିଲେ। ତେବେ ଭାଗ୍ୟଭଲ ସେଠାରେ ଆମର ସାଂସଦ ଥିଲେ ( ସୁପ୍ରିୟା ସୁଲେ) ଯିଏ  ତାଙ୍କୁ ତାଙ୍କ ବାହନ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥିଲେ।  ନଚେତ ସେଦିନ ବିଜେପି ସାଂସଦ ଓ ମନ୍ତ୍ରୀମାନେ  ସେଠାରେ କିଛି ବି  କରିପାରିଥାନ୍ତେ। ନିଜ କ୍ଷମତାକୁ ନେଇ ବିଜେପି ଏତେ ଅହଂକାରୀ ହୋଇପଡିଛି ଯେ ଯଦି ସେମାନଙ୍କ ସହ ଆପଣ ସହମତ ନ ହୁଅନ୍ତି ତେବେ ସେମାନେ ଚରମ ପଦକ୍ଷେପ ମଧ୍ୟ ଉଠାଇ ପାରନ୍ତି। ସେହିପରି ରାଜ୍ୟର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କ କଥା ମଧ୍ୟ ରଖିଥିଲେ। ଦୀର୍ଘ ଦୁଇ ବର୍ଷ ରାଜ୍ୟରେ ମହାବିକାଶ ଅଘାଡି (ଏମଭିଏ) ମେଣ୍ଟ ସରକାର ଥିଲା। ବିଧାନସଭା ବାଚସ୍ପତି ନିଯୁକ୍ତି ଲାଗି ରାଜ୍ୟପାଳଙ୍କ ଅନୁମତି ମିଳି ପାରୁନଥିଲା। ହେଲେ ମନ୍ତ୍ରୀମଣ୍ଡଳ ଗଠନ କରିପାରୁନଥିବା ଦୁଇ ଦିନର ବିଜେପି ମେଣ୍ଟ ସରକାରଙ୍କୁ ବିଧାନସଭାରେ ବାଚସ୍ପତି ନିଯୁକ୍ତିକୁ ଅନୁମତି ଦେଇଛନ୍ତି। ଏହା କିପରି ସମ୍ଭବ ହେଲା ବୋଲି ଏନସିପି ନେତା ପ୍ରଶ୍ନ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com