Breaking NewsFeaturedଜାତୀୟ

ମହିଳାଙ୍କ ମର ଶରୀର ସହ ଦୁଷ୍କର୍ମ ଅପରାଧ ନୁହେଁ: କୋର୍ଟ 

ଏଭଳି ରାୟରେ ଦେଶବ୍ୟାପି କମ୍ପନ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ମହିଳାଙ୍କ ମର ଶରୀର ସହ ଦୁଷ୍କର୍ମ ଅପରାଧ ନୁହେଁ । ଏଭଳି ଭୟଙ୍କର ରାୟ ଶୁଣାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଲଗାତାର ମୃତ ବ୍ୟକ୍ତିଙ୍କ ଶରୀର ସହ ଦୁଷ୍କର୍ମ ମାମଲା ବିଭିନ୍ନ ଅଞ୍ଚଳରୁ ଆସୁଥିବା ବେଳେ କର୍ଣ୍ଣାଟକ ହାଇକୋର୍ଟର ଏଭଳି ରାୟକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । କୋର୍ଟ କହିଛନ୍ତି ଆଇପିସିର ଧାରା ୩୭୬ ଅନୁଯାୟୀ ମରଶରୀର ସହ ଦୁଷ୍କର୍ମ କୌଣସି ଅପରାଧ ନୁହେଁ ।

ଜଣେ ୨୧ ର୍ବେର ଝିଅକୁ ହତ୍ୟା କରିବା ପରେ ଯୌନ ନିର୍ଯ୍ୟାତନା ଦେଇଥବବା ଜଣେ ବ୍ୟକ୍ତିକୁ ହାଇକୋର୍ଟ ଏହି ଅଭିଯୋଗରୁ ମୁକ୍ତ କରିଛନ୍ତି । କିନ୍ତୁ ସମ୍ପୃକ୍ତ ଝିଅକୁ ହତ୍ୟା କରିବା ଅଭିଯୋଗରେ ଉକ୍ତ ବ୍ୟକ୍ତି ଜଣକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ହତ୍ୟା ମାମଲାରେ ତଳ କୋର୍ଟ ଦେଇତବବା ଆଜୀବନ ଜେଲଦଣ୍ଡକୁ ହାଇକୋର୍ଟ କାଏମ୍ ରଖିଛନ୍ତି । ତୁମକୁର ଜିଲ୍ଲାରେ ୨୦୧୫ ମସିହାରେ ହୋଇଥିବା ଏହି ଅପରାଧ ମାମଲାରେ ତଳ କୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି । ବିଚାରପତି ବି ବୀରପ୍ପା ଏବଂ ଭେଙ୍କଟେଶ ନାଏକଙ୍କୁ ନେଇ ଗଠିତ କଣ୍ଡପୀଠ କହିଛନ୍ତି ଯେ ମର ଶରୀର ସହ ଦୁଷ୍କର୍ମ କୌଣସି ଆଇପିସି ଅଧିନରେ କୌଣସି ଦୁଷ୍କର୍ମ ବା ଅପରାଧ ନୁହେଁ । ଆଇପିସିର ଧାରା ୩୭୫ ଏବଂ ୩୭୭କୁ ଅନୁଧ୍ୟାନ କଲେ ଜଣାଯାଏ ଯେ ମରଶରୀରକୁ ମଣିଷ କିମ୍ବା ବ୍ୟକ୍ତି ବୋଲି କୁହାଯାଇ ପାରିବ ନାର୍ହି । ତେଣୁ ଶବ ସହ ଦୁଷ୍କର୍ମକୁ ଅପରାଧ ବିବେଚନା ପାଇଁ ଆଇପିସିରଯ ୩୭୭ରେ ଶଂଶୋଧନ କିମ୍ବା ପୃଥକ ଦଣ୍ଡବ୍ୟବସ୍ଥା ପାଇଁ ସରକାରଙ୍କ ନିକଟରେ ଖଣ୍ଡପୀଠ ଆଗ୍ରହ ପ୍ରକାଶ କରିଛନ୍ତି । ନିକଟରେ ମୃତ ଶରୀର ସହ ଦୁଷ୍କର୍ମ ମାମଲା ବହୁ ମାତ୍ରାରେ ଦେଖିବାକୁ ମିଳିଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com