Breaking NewsFeaturedରାଜନୀତି

ବଡ଼ ହଟହଟା ହେଲେ ବିଜେପି ନେତା, ଲୋକେ କହିଲେ ଦେବୁନି ଭୋଟ୍

ବଡ଼ ହଟହଟା ହେଲେ ବିଜେପି ନେତା, ଲୋକେ କହିଲେ ଦେବୁନି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ନେତାଙ୍କ ଉପରେ ଜନସାଧାରଣଙ୍କ କ୍ରୋଧ ଖୁବ ଭାରୀ ପଡିଛି। ସିଙ୍ଗରୌଲି ଜିଲ୍ଲାର ଦେବସର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଧାନସଭା ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ମେଶ୍ରାମ ଭୋଟ ମାଗିବା ପାଇଁ ଯାଇଥିଲେ। ତେବେ କାଥୁରା ଗ୍ରାମରେ ରାଜେନ୍ଦ୍ରଙ୍କୁ ଘେରିଯାଇଥିଲେ ଲୋକେ। ଆଉ ତାଙ୍କ ସାମ୍ନାରେ ମୁର୍ଦାବାଦର ସ୍ଲୋଗାନ ଦେବା ଆରମ୍ଭ କରିଦେଲେ। ଏପରିକି ବିଜେପି ନେତାମାନଙ୍କୁ ଭୋଟ ନଦେବାକୁ ମଧ୍ୟ ନାରା ଦେଇଥିଲେ।

ଲୋକଙ୍କ ଅଭିଯୋଗ ହେଲା ପ୍ରାର୍ଥୀ ରାଜେନ୍ଦ୍ର ମେଶ୍ରାମ ବହୁତ ବଡ଼ବଡ଼ କଥା କହୁଥିଲେ। କହୁଥିଲେ ଯେ ସେ ଜିତିବା ପରେ ରାସ୍ତା ନିର୍ମାଣ କରିବେ। କିନ୍ତୁ ସେଭଳି କିଛି ହେଲା ନାହିଁ। ତେଣୁ ଲୋକେ ରାଜେନ୍ଦ୍ରଙ୍କୁ ମାଗିଥିଲେ ହିସାବ। କହିଥିଲେ ଯେ ତୁମେ ବିଧାୟକ ଥିବାବେଳେ କିଛି କରିନାହଁ, ବର୍ତ୍ତମାନ କଣ କରିବ? ଆପଣଙ୍କ ସରକାର ୧୫ ବର୍ଷରୁ ଅଧିକ ସମୟ ଧରି କ୍ଷମତାରେ ଅଛି, କିନ୍ତୁ ଏଠାରେ ଥିବା ଲୋକମାନେ ବେରୋଜଗାର ଅଛନ୍ତି। ସେମାନେ କମ୍ପାନୀରେ ଚାକିରି ପାଆନ୍ତି ନାହିଁ। ଚାକିରି ପାଇବାକୁ ହେଲେ ଲକ୍ଷଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ପଡୁଛି। ତେଣୁ ଏଥର ଭୋଟ୍‌ ପାଇବା କଥା ଭୁଲିଯାଅ ବୋଲି ଲୋକେ ରୋଷ ପ୍ରକାଶ କରିଥିଲେ।

ଏଠାରେ କହିରଖୁଛୁ ଯେ ସିଙ୍ଗରୌଲି ଜିଲ୍ଲାର ଦେବସର ବିଧାନସଭାର ପୂର୍ବତନ ଭାଜପା ବିଧାୟକ ରାଜେନ୍ଦ୍ର ମେଶ୍ରାମ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହ ବିଧାନସଭା ନିର୍ବାଚନମଣ୍ଡଳୀର କାଥୁରା ଗ୍ରାମରେ ପହଞ୍ଚି ଭୋଟ ମାଗିବାବେଳେ ଘଟଣାସ୍ଥଳରେ ଜନସମାଗମ ହୋଇଥିଲା। ଆଉ ଗାଁଲୋକେ ରାଜେନ୍ଦ୍ର ମିଶ୍ରଙ୍କ ଉପରେ କ୍ରୋଧ ପ୍ରକାଶ କରିଥିଲେ। ଲୋକମାନେ ମୁର୍ଦାବାଦର ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ବିଜେପି ନେତାଙ୍କ ଏଭଳି ହଟହଟା ହେବା ପ୍ରସଙ୍ଗ ଏବେ ବଡ଼ ଚର୍ଚ୍ଚାର କାରଣ ପାଲଟିଛି।

Related Articles

Back to top button
WP Twitter Auto Publish Powered By : XYZScripts.com