Featuredଅନ୍ତର୍ଜାତୀୟଜାତୀୟବିଜ୍ଞାନ ଓ ପ୍ରଯୁକ୍ତିରାଜନୀତି

୨୦୨୩ ସୁଦ୍ଧା ଭାରତରେ ଚାଲିବ ହାଇଡ୍ରୋଜେନ୍ ଟ୍ରେନ

ନୂଆଦିଲ୍ଲୀ, ୧୬/୦୯/୨୦୨୨-  ଭାରତରେ ଗଡିବ ହାଇଡ୍ରୋଜେନ୍ ଟ୍ରେନ । ୨୦୨୩ ସ୍ୱାଧିନତା ଦିବସ ଅବସରରେ ଏହି ଟ୍ରେନର ଶୁଭାରମ୍ଭ ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବିଶ୍ୱର ପ୍ରଥମ ଦେଶ ଭାବେ ଗତ ଅଗଷ୍ଟ ମାସରେ ଜର୍ମାନୀ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଚଳ ଆରମ୍ଭ କରିଥିଲା । ଜର୍ମାନୀକୁ ଛାଡିଲେ ଅନ୍ୟ କୌଣସି ଦେଶରେ ଏହି ସେବା ଆରମ୍ଭ ହୋଇନାହିଁ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ହାଇଡ୍ରୋଜେନ୍ ଟ୍ରେନର ଡିଜାଇନଠାରୁ ଆରମ୍ଭ କରି ନିର୍ମାଣ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଭାରତରେ ହେବ । ବିଶେଷଜ୍ଞଙ୍କ କହିବା ଅନୁସାରେ ହାଇଡ୍ରୋଜେନ୍ ଇନ୍ଧନ ପାରମ୍ପରିକ ଇନ୍ଧନ ଠାରୁ ଅଧିକ ଉନ୍ନତ ଓ ଅତ୍ୟାଧୁନିକ । ସାଢେ ୪ କେ.ଜି ଡିଜେଲରେ ଟ୍ରେନ୍ ଯେତିକି ବାଟ ଯିବ ସେତିକି ବାଟ ୧ କେ.ଜି ହାଇଡ୍ରୋଜେନ୍ ଇନ୍ଧନରେ ଗଡିବ । ଅର୍ଥାତ୍ ହାଇଡ୍ରୋଜେନ୍ ଟ୍ରେନରେ ଇନ୍ଧନର ବ୍ୟବହାର କମିବ । ଏହାଦ୍ୱାରା ପରିବେଶ ପଦୂଷଣ ମଧ୍ୟ ହେବନାହିଁ । ଏହି ଟ୍ରେନର ଘଣ୍ଟାପ୍ରତି ବେଗ ସର୍ବାଧିକ ୧୪୦ କିଲୋମିଟର ରହିବ । ଗୋଟିଏ ହାଇଡ୍ରୋଜେନ ଟ୍ୟାଙ୍କର ଟ୍ରେନକୁ ୧ ହଜାର କିଲୋମିଟର ପର୍ଯ୍ୟନ୍ତ ଚଳାଇପାରିବ । ଭାରତୀୟ ରେଳପଥ ଏ ଦିଗରେ କାମ କରିବା ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com