ଓଡ଼ିଶା

ଦିଲ୍ଲୀରେ ୩୩ ବର୍ଷରେ ସର୍ବାଧିକ ବର୍ଷା

ନୂଆଦିଲ୍ଲୀ() ଦିଲ୍ଲୀରେ ଭୀଷଣ ବର୍ଷା। ଜାନୁଆରୀରେ ଦିଲ୍ଲୀରେ ପ୍ରାୟ ୭୦ ମିମି ବର୍ଷା ରେକର୍ଡ଼ ହୋଇଛି।  ଚଳିତ ଜାନୁୟାରୀ ୧ରୁ ୨୨ ଯାଏଁ ସର୍ବାଧିକ ବର୍ଷା ହୋଇଥିବା ଆକଳନ କରାଯାଇଛି। ଏହି ବର୍ଷା ୩୨ ବର୍ଷର ରେକର୍ଡ଼ ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଇଏମଡିର ଜଣେ  ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଶନିବାର ରାତି ୯ଟା ୩୦ ପର୍ଯ୍ୟନ୍ତ ଦିଲ୍ଲୀରେ ୬୯.୮ ମିମି ବର୍ଷା ହୋଇଛି। ଏହାପୂର୍ବରୁ ଜାନୁଆରୀ ୧୯୮୯ରେ ଜାତୀୟ ରାଜଧାନୀରେ ୭୯.୭ ମିମି ବର୍ଷା ହୋଇଥିବା ସେ କହିଛନ୍ତି। ଆଇଏମଡି କହିଛି ଯେ, ଶନିବାର ଦିଲ୍ଲୀରେ ବର୍ଷା ହେତୁ ସର୍ବାଧିକ ତାପମାତ୍ରା ୭ଡିଗ୍ରୀରୁ ୧୪.୭ ଡିଗ୍ରୀ ସେଲସିୟସକୁ ଖସି ଆସିଛି।

ସଫଦରଜଙ୍ଗରେ ଶନିବାର ସକାଳ୮ ଟା ପର୍ଯ୍ୟନ୍ତ ୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ପଶ୍ଚିମା ଅସ୍ଥିରତା ଯୋଗୁ  ପଞ୍ଜାବ, ହରିୟାଣା, ଦିଲ୍ଲୀ, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ଉତ୍ତର ରାଜସ୍ଥାନରେ ଜାନୁୟାରୀ ୨୧ ରୁ ୨୩ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି।

ରବିବାର ଆକାଶ ମେଘୁଆ ରହିବା ସହ ହାଲୁକା ବର୍ଷା ହେବା ନେଇ ପୂର୍ବାନୁମାନ କରିଛଛନ୍ତି ପାଣିପାଗ ବିଜ୍ଞାନୀ। ରବିବାର ସର୍ବାଧିକ ତାପମାତ୍ରା ୧୬ଡିଗ୍ରୀ ସେଲସିୟସ ଏବଂ ସର୍ବନିମ୍ନ ତାପମାତ୍ରା ପ୍ରାୟ ୧୦ଡିଗ୍ରୀ ସେଲସିୟସ ରହିବ ବୋଲି ଆଶା କରାଯାଉଛି। ଶନିବାର ଦିନ ବର୍ଷା ସତ୍ତ୍ୱେ ଦିଲ୍ଲୀର ଏୟାର କ୍ୱାଲିଟି  “ଅତ୍ୟନ୍ତ ଖରାପ ” ବର୍ଗରେ ରେକର୍ଡ କରାଯାଇଛି। ଫରିଦାବାଦ ପାଇଁ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୩୦, ଗାଜିଆବାଦ ୨୮୭ ରେ, ଗୁରୁଗ୍ରାମରେ ୩୦୪ ଏବଂ ନୋଏଡାରେ ୨୭୭ ରେକର୍ଡ଼ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com