Featuredଅନ୍ତର୍ଜାତୀୟକ୍ରୀଡ଼ାଜାତୀୟ

ବିଶ୍ୱର ଶ୍ରେଷ୍ଠ ୱିକେଟ୍‌ କିପର, ସେମାନଙ୍କ ଆଗରେ ଫେଲ ମାରୁଛନ୍ତି ବଡ଼ ବଡ଼ ବ୍ୟାଟ୍ସ ମ୍ୟାନ

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: କ୍ରିକେଟରେ ବ୍ୟାଟସମ୍ୟାନ ଏବଂ ବୋଲଙ୍କ ଯେତିକି ଗୁରୁତ୍ୱ ପୂର୍ଣ୍ଣ ଥାଏ ଜଣେ ୱିକେଟ୍‌ କିପରର ଭୂମିକା ମଧ୍ୟ ଖେଳରେ ସେତିକି ମହତ୍ୱ ରଖେ । ଦୁନିଆରେ ଏମିତି ଅନେକ ୱିକେଟ୍‌ କିପର ଅଛନ୍ତି ଯାହାଙ୍କ ପାଇଁ ହାରି ବାକୁ ଥିବା ମ୍ୟାଚ ବି ଯିତିଯାଇଥାଏ ଦଳ । ତେବେ ଆଜି ଆମେ ଦୁନିଆର ଶ୍ରେଷ୍ଠ ୧୦ ଜଣ ୱିକେଟ କିପରଙ୍କ ବିଷୟରେ କହିବୁ।

୧-ଏହି ତାଲିକାର ଶୀର୍ଶରେ ରହିଛନ୍ତି ଆଡାମ ଗିଲକ୍ରିଷ୍ଟ । ଯିଏ କି ଚମତ୍କାର ରେକର୍ଡ କରି ଆଜି ପର୍ଯ୍ୟନ୍ତ କ୍ରିକେଟ ଖେଳର ଶ୍ରେଷ୍ଠ ୱିକେଟ୍‌ କିପର ଭାବରେ ବିବେଚିତ ହୋଇଛନ୍ତି । ଗିଲକ୍ରିଷ୍ଟ କେବଳ ୱିକେଟ୍‌ ପଛରେ ରୁହନ୍ତିନି ସେ ବିସ୍ଫୋରକ ଭାବେ ଖେଳି ଙଊଓ ର ଅର୍ଡର ଶୀର୍ଷରେ ରହିଥିଲେ। ଏହା ସହ ଅଷ୍ଟ୍ରେଲିଆ ଟେଷ୍ଟ ଦଳକୁ ନିମ୍ନ କ୍ରମରେ ଦୃଢତା ପ୍ରଦାନ କରିଥିଲେ । ତେବେ ସେ ହେଉଛନ୍ତି କ୍ରିକେଟରେ ଖେଳିଥିବା ଶ୍ରେଷ୍ଠ ବାମହାତୀ ଖେଳାଳିଙ୍କ ମଧ୍ୟରୁ ଜଣେ । ସେ ୩୯୬ଟି ମ୍ୟାଚରେ ୯୦୫ ଓି୍ୱକେଟ ନେଇଥିବା ରେକର୍ଡ ହେତୁ ଗିଲକ୍ରିଷ୍ଟଙ୍କୁ ଶ୍ରେଷ୍ଠ ବିବେଚନା କରାଯାଏ । ତେବେ ସେ ଖେଳ ଖେଳିଥିବା ସର୍ବୋତ୍ତମ ୱିକେଟ୍‌ ରକ୍ଷକ ମାନଙ୍କ ମଧ୍ୟରୁ ଜଣେ ।

୨-ସାଉଥ ଆଫ୍ରିକାର ମାର୍କ ବୁଚର । ମାର୍କ ବୁଚରଙ୍କ ରେକର୍ଡରେ ସର୍ବାଧିକ ସଂଖ୍ୟକ ୱିକେଟ୍‌ ନେବାର ରେକର୍ଡ ରହିଛି । ଯାହା ଖେଳ ଇତିହାସରେ ଅନ୍ୟ ୱିକେଟ୍‌ କିପରଙ୍କ ଠାରୁ ସର୍ବଧିକ । ୪୬୭ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବୁଚର ତାଙ୍କ କ୍ୟାରିୟରରେ ୯୯୮ଟି ଓି୍ୱକେଟ ନେଇଛନ୍ତି ।

୩ – ମହେନ୍ଦ୍ର ସିଂହ ଧୋନୀ। ଏମଏସ ଧୋନୀ କ୍ରିକେଟ ଦୁନିଆର ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଜଣେ । ସେ ଜଣେ ସଫଳ ଅଧିନାୟକ ଏବଂ ଏକମାତ୍ର ଅଧିନାୟକ ଯିଏ ତିନିଟି ଆଇସିସି ଟୁର୍ନାମେଣ୍ଟ ଜିତିଛନ୍ତି । ଏହା ସହ ତାଙ୍କୁ ଦୁନିଆର ସର୍ବୋତ୍ତମ ଫିନିସର ଭାବରେ ମଧ୍ୟ ପରିଗଣିତ କରାଯାଇଛି । ସେ ୱିକେଟ୍‌ଫଛରେ ଦ୍ରୁତ ଗତିରେ ବଲକୁ ଷ୍ଟମ୍ପିଂ କରିଥାନ୍ତି । ସେ ୱିକେଟ୍‌ ପଛରେ ରହି ୫୩୮ ଆନ୍ତର୍ଜାତୀୟ ମ୍ୟାଚରେ ସଫଳତା ହାସଲ କରିଛନ୍ତି । ମାହି ମାତ୍ର ୦.୦୮ ସେକେଣ୍ଡରେ ଷ୍ଟମ୍ପିଂ କରି ରେକର୍ଡ ସୃଷ୍ଟି କରିଛନ୍ତି । ତେବେ ଧୋନୀ ବିଶ୍ୱର ସବୁଠୁ ମହାନ ୱିକେଟ୍‌ କିପର ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି ।

୪- ଶ୍ରୀଲଙ୍କାର ବାମଦାତୀ ବ୍ୟାଟସମ୍ୟାନ ତଥା ୱିକେଟ୍‌ କିପର କୁମାର ସାଙ୍ଗାକାର । ଯିଏକି ବ୍ୟାଟି ପାୱାରହାଉସ ଭାବରେ ଶ୍ରୀଲଙ୍କା ଟିମକୁ ଆଗକୁ ନେବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ । ସାଙ୍ଗାକାର ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ ମଧ୍ୟରେ ସର୍ବାଧିକ ରନ ଏବଂ ଶତକ ପାଇଁ ରେକର୍ଡ କରିଛନ୍ତି । ଏହା ବ୍ୟତୀତ ତାଙ୍କୁ ବିଶ୍ୱର ସର୍ବୋତ୍ତମ ୱିକେଟ୍‌ କିପରଙ୍କ ଗମତିରେ ମଧ୍ୟ ସେ ସାମିଲ ଅଛନ୍ତି । ୧୫ ବର୍ଷର କ୍ୟାରିୟର ମଧ୍ୟରେ ସେ ୬୩ଟି ଶତକ ସ୍କୋର କରିଥିବା ବେଳେ ୫୯୪ଟି ଆନ୍ତର୍ଜାତୀୟ ମ୍ୟାଚରେ ୬୭୮ଟି ୱିକେଟ୍‌ ପତନ କରିଛନ୍ତି ।

୫- ଅଷ୍ଟ୍ରେଲିଆର ଆୟାନ ହେଲି । ଯିଏକି ସର୍ବଶ୍ରେଷ୍ଠ ୱିକେଟ୍‌ କିପର ଭାବେ ୫ମ ସ୍ଥାନରେ ଅଛନ୍ତି । ସେ ନିଜ କ୍ୟାରିୟରରେ ଷ୍ଟ୍ରେଲିଆ ଦଳ ପାଇଁ ୧୧ ବର୍ଷ ଧରି ଖେଳିଥିଲେ । ଏହି ସମୟ ମଧ୍ୟରେ ସେ ସର୍ବୋତ୍ତମ ୱିକେଟ କିପର ଭାବରେ ପରିଗଣିତ ହୋଇଥିଲେ । ତେବେ ଆୟାନ ହେଲି ହେଉଛନ୍ତି ପ୍ରଥମ ୱିକେଟ୍‌ କିପର ଯିଏକି ତାଙ୍କ ଶ୍ରେୟରୁ ୬୦୦ଟି ୱିକେଟ୍‌ ପତନ କରିଛନ୍ତି । ଯାହା ତାଙ୍କୁ କ୍ରିକେଟ ଦୁନିଆରେ ସଫଳତା ଦେଇଥିଲା। ହେଲି ଏହା ୩୦୦ରୁ କମ ମ୍ୟାଚରେ କରିଥିଲେ । ମୋଟ ଉପରେ ୨୮୭ଟି ମ୍ୟାଚରୁ ୬୨୮ଟି ୱିକେଟ୍‌ ନେଇ ଆୟାନ ହେଲି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଯାହା ଏକ ଚିତାକର୍ଷକ ରେକର୍ଡ ଥିଲା । ତେବେ ଆଡାମ ଗିଲକ୍ରିଷ୍ଟ ତାଙ୍କୁୁ ଅତିକ୍ରମ କରିବା ପୂର୍ବରୁ ଏହା ତାଙ୍କର ଏକ ରେକର୍ଡ ଥିଲା ।

୬- ସତୁରୀ-ଅଶୀ ଦଶକରେ ରୋଡନୀ ମାର୍ଶ ଖେଳର ଅନ୍ୟତମ ପ୍ରମୁଖ ୱିକେଟ୍‌ କିପର ଥିଲେ । ସେ ଅଷ୍ଟ୍ରେଲିଆ ପାଇଁ ୬୯ଟି ଟେଷ୍ଟ ଓ ୯୨ଟି ODI ଖେଳିଛନ୍ତି । ସେ ୧୮୮ଟି ଆନ୍ତର୍ଜାତୀୟ ମ୍ୟାଚରେ ୪୭୯ଟି ୱିକେଟ୍‌ ନେଇଛନ୍ତି ।

୭-ରୋଡନି ମାର୍ଶ, ଆଡାମ ଗିଲକ୍ରିଷ୍ଟ ଏବଂ ଆୟାନ ହେଲିଙ୍କ ଭଳି ବ୍ରାଡ ହାଡିନ ଅଷ୍ଟ୍ରେଲିଆର ସର୍ବୋତ୍ତମ ୱିକେଟ୍‌ ରକ୍ଷକ ଥିଲେ । ଆନ୍ତର୍ଜାତୀୟ କ୍ରିକେଟରେ ସେ ପ୍ରଥମ ଦିନରେ ଆଡାମ ଗିଲକ୍ରିଷ୍ଟଙ୍କ ସ୍ଥାନରେ ଖେଳିଥିଲେ । ତାଙ୍କ କ୍ୟାରିୟରର ୧୪ ବର୍ଷ ମଧ୍ୟରେ ସେ ୨୨୬ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳି ୪୭୪ଟି ୱିକେଟ୍‌ ପତନ କରିଥିଲେ ।

୮-ୱେଷ୍ଟଇଣ୍ଡିଜ କ୍ରିକେଟର ଶ୍ରେଷ୍ଠ ୱିକେଟ୍‌ କିପର ଭାବେ ଜେଫ ଡୁଜୋନଙ୍କୁ ଶ୍ରେଷ୍ଠ ବିବେଚନା କରାଯାଏ । ସେ ତାଙ୍କ କ୍ୟାରିଅରରେ ୪୩୪ଟି ୱିକେଟ୍‌ ନେଇଛନ୍ତି ।

୯- ଆଧୁନିକ କ୍ରିକେଟର ସର୍ବଶ୍ରେଷ୍ଠ ୱିକେଟ୍‌ ରକ୍ଷକ କ୍ୱିଟନ ଡି କକ । ସେ ଟି-୨୦ ଏବଂ ODIରେ ଦକ୍ଷିଣ ଆଫ୍ରିକା ପାଇଁ ଖେଳୁଥିବା ଜଣେ ଭଲ ଏବଂ ଘାତକ ଓପନର । ସେ ହ୍ୱାଇଟ ବଲ କ୍ରିକେଟ ଏବଂ ତାଙ୍କ ପରିବାର ପାଇଁ ୨୦୨୧ ମସିହାରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଡି କକ ୨୫୫ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବେଳେ ୫୧୧ଟି ୱିକେଟ୍‌ ନେବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ତେବେ ମାର୍କ ବୁଚରଙ୍କ ପରେ ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ସର୍ବାଧିକ ୱିକେଟ୍‌ ନେଇଥିବା ଖେଳାଳି ।

୧୦- କ୍ରିକେଟରେ ସର୍ବଶ୍ରେଷ୍ଠ ୱିକେଟ୍‌ ରକ୍ଷକଙ୍କ ଦଶମ ସ୍ଥାନରେ ରହିଛନ୍ତି ଦିନେସ ରାମଦିନ । ଯିଏକି ୨୦୦୫ରୁ ୨୦୧୯ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ ପାଇଁ ଖେଳିଥିଲେ । ୧୫ ବର୍ଷର କ୍ୟାରିଅର ବ୍ୟବଧାନରେ ସେ ୱେଷ୍ଟଇଣ୍ଡିଜ ପାଇଁ ପ୍ରତିନିଧିତ୍ୱ କରୁଥିବା ୨୪୮ଟି ଆନ୍ତର୍ଜାତିୟ ମ୍ୟାଚ ଖେଳିଛନ୍ତି । ଏବଂ ୪୮୩ଟି ୱିକେଟ୍‌ ପତନ କରିଛନ୍ତି । ଯାହା ୱେଷ୍ଟଇଣ୍ଡିଜ ୱିକେଟ୍‌ କିପରଙ୍କ ଦ୍ୱାରା ସର୍ବାଧିକ । ଏବଂ ୱେଷ୍ଟଇଣ୍ଡିଜ ଶ୍ରେଷ୍ଠ ୱିକେଟ୍‌ ରକ୍ଷକ ତାଲିକାରେ ଜେଫ ଡୁଜୋନଙ୍କ ପରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି

Related Articles

Back to top button
WP Twitter Auto Publish Powered By : XYZScripts.com