ଅନ୍ତର୍ଜାତୀୟବାଣିଜ୍ୟ

କଥା ରଖିଛନ୍ତି ଏଲନ ମସ୍କ, ଦାନରେ ଦେଇଦେଇଛନ୍ତି ଟେସ୍ଲାର ବିପୁଳ ସେୟାର

ସାନ କାର୍ଲୋସ୍ () ଇଲେକ୍ଟ୍ରିକ କାର କମ୍ପାନୀ ଟେସ୍ଲାର ସିଇଓ ଏଲନ ମସ୍କ ସୋସିଆଲ ମିଡିଆ ପୋଲରେ ତାଙ୍କ ଫଲୋଅରଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିସାରିଥିବା ଜଣାପଡିଛି। ସେ ୧୯ରୁ ୨୯ ଡିସେମ୍ବର ୨୦୨୧ ସୁଦ୍ଧା ଟେସ୍ଲାର ୫,୦୪୪, ୦୦୦ ଶେୟାର ଦାନ କରିଛନ୍ତି। ଟେସ୍ଲା ବିଶ୍ୱର ସବୁଠୁ ମୂଲ୍ୟବାନ ଅଟୋ କମ୍ପାନୀ,  ଏଣୁ ସେହି ସମୟର ସେୟାର ଭାଲ୍ୟୁ ଅନୁସାରେ ଏହାର ମୂଲ୍ୟ ୫.୭୪ ବିଲିୟନ ଡଲାର ପାଖାପାଖି ହେବ ବୋଲି ଏବେ ଆକଳନ କରାଯାଉଛି।
ନିକଟରେ ଯୁକ୍ତରାଷ୍ଟ୍ର ସିକ୍ୟୁରିଟିଜ୍ ଏଣ୍ଡ ଏକ୍ସଚେଞ୍ଜ କମିଶନଙ୍କୁ ଟେସ୍ଲା ଦେଇଥିବା ସୂଚନାରୁ ଏହା ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ ମସ୍କ ଗତବର୍ଷ ତାଙ୍କ ଟ୍ୱିଟରରେ ଏକ ପୋଲ କରିଥିଲେ। ଏଥିରେ ତାଙ୍କ ଫଲୋଅରଙ୍କଠାରୁ ତାଙ୍କ ସେୟାର ସମ୍ପର୍କରେ ନିଷ୍ପତ୍ତି ମାଗିଥିଲେ। ସେ ଟେସ୍ଲାର ୧୦ ପ୍ରତିଶତ ସେୟାର ବିକିବା ଦରକାର କି ନା ବୋଲି ପଚାରିଥିବା ବେଳେ ଫଲୋଅର ଗିଫ୍ଟ କରିଦେବାକୁ ପରାମର୍ଶ ଦେଇଥିଲେ।
ତେବେ ମସ୍କ କେଉଁ ସଂସ୍ଥାଙ୍କୁ ଏହି ବିପୁଳ ସେୟାର ଦାନ କରିଛନ୍ତି ସେ ବାବଦେ କୌଣସି ସୂଚନା ଦେଇନାହାନ୍ତି।  ମସ୍କଙ୍କୁ ୨୦୨୧ ମସିହାରେ ସରକାରଙ୍କୁ ଶୁଳ୍କ ବାବଦକୁ ୧୧ ବିଲିୟନ ଡଲାର ଦେବାର ଥିଲା। ଏଣୁ ସେ ସୋସିଆଲ ମିଡିଆରେ ଫଲୋଅରଙ୍କ ରାୟ ମାଗିଥିଲେ। ଯଦି ସେ ସେୟାର ଗିଫ୍ଟ କରିଦିଅନ୍ତି ତେବେ ତାଙ୍କ ଉପରେ କ୍ୟାପିଟାଲ ଗେନସ୍‌ ଟ୍ୟାକ୍ସ ଲାଗିନପାରେ ବୋଲି ଫଲୋଅର ପରାମର୍ଶ ଦେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com