Featuredଅନ୍ତର୍ଜାତୀୟ

ଜୀବନ ପ୍ରତି ବିପଦ ଭୟରେ ବିଶ୍ୱଠୁ ଅଲଗା ରହୁଛନ୍ତି ପୁଟିନ୍; ବ୍ୟବହାର କରୁନାହାଁନ୍ତି ଇଣ୍ଟରନେଟ

ଏବେ ଭୟରେ ବଞ୍ଚୁଛନ୍ତି ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ବ୍ୟକ୍ତି ଭ୍ଲାଦିମିର ପୁଟିନ୍ । ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ରହୁଛନ୍ତି । ତାଙ୍କୁ କେହି ହତ୍ୟା କରିପାରନ୍ତିି ବୋଲି ସେ ସନ୍ଦେହରେ ରହୁଛନ୍ତି ।

ପୁଟିନଙ୍କୁ ଅତି ପାଖରୁ ଜାଣିଥିବା ରୁଷର ଜଣେ ବରିଷ୍ଠ ସେନା ଅଧିକାରୀ ଗ୍ରେଭ କାରାକୁଲୋଭ ଏହି ସୂଚନା ଦେଇଛନ୍ତି । ଗ୍ରେଭ କାରାକୁଲୋଭ ରୁଷର ବରିଷ୍ଠ ସେନା ଅଧିକାରୀଙ୍କ ମଧ୍ୟରେ ଅନ୍ୟତମ । ତାଙ୍କ କହିବା ଅନୁସାରେ, ପୁଟିନ୍ ଏବେ ପାଥୋଲୋଜିକାଲ ପାରାନଏଡ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଗ୍ରେଭ୍ କାରାକୁଲୋଙ୍କ ମତରେ ପୁଟିନ ପାରାନଏଡରେ ପୀଡିତ ହୋଇ ଭୟରେ ରହୁଛନ୍ତି । କେହି ମାରିଦେବା ଭୟରେ ପୁଟିନ ସାରା ବିଶ୍ୱଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇ ରହୁଛନ୍ତି ।

କ୍ୱାରେଣ୍ଟିନ ବା ସଙ୍ଗରୋଧରେ ରହୁଛନ୍ତି । ଏପରିକି ସେ ଇଣ୍ଟରନେଟ୍ ବ୍ୟବହାର କରୁନାହାନ୍ତି । ପାରାନଏଡ ପର୍ସୋନାଲିଟି ଡିଜଅର୍ଡର ବା ପିପିଡି ଏକ ମାନସିକ ରୋଗ । ଯେଉଁ ରୋଗରେ ଆକ୍ରାନ୍ତ ବ୍ୟକ୍ତି ସବୁବେଳେ ଅନ୍ୟକୁ ସନ୍ଦେହ କରନ୍ତି । କାହାକୁ ବିଶ୍ୱାସ କରନ୍ତିପାରନ୍ତି ନାହିଁ । ଅନ୍ୟକୁ ଦୋଷ ଦେଇଥାନ୍ତି । ତାଙ୍କୁ କେହି ହତ୍ୟା କରିଦେବ ବୋଲି ସବୁବେଳେ ସନ୍ଦେହ କରନ୍ତି । ଆଉ ଅଧିକାଂଶ ସମୟ କଡା ସୁରକ୍ଷା ବଳୟ ଭିତରେ ରହିବାକୁ ପସନ୍ଦ କରିଥାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com