Breaking NewsFeaturedଓଡ଼ିଶାଜାତୀୟ

ବୈତରଣୀ ରୋଡ୍‌ରେ ଅଟକିଲା ’ବନ୍ଦେ ଭାରତ’ ଟ୍ରେନ୍‌

ବଜ୍ରପାତ ଓ କାଳବୈଶାଖି ହେଲା କାଳ

ଯାଜପୁର,ଭଦ୍ରକ: ଅଟକିଗଲା ବନ୍ଦେ ଭାରତ ଟ୍ରେନ୍। ଯାତ୍ରୀଙ୍କୁ ନେଇଯାଉଥିବା ବେଳେ ବୈତରଣୀ ରୋଡ ନିକଟରେ ଟ୍ରେନ୍‌ଟି ଅଟକି ରହିଛି। ଇଞ୍ଜିନରୁ ବିଦ୍ୟୁତ ତାରକୁ ସଂଯୋଗ କରୁଥିବା ଯନ୍ତ୍ରାଂଶରେ ତ୍ରୁଟି ଥିବା ପ୍ରାଥମିକ ଭାବେ ସୂଚନା ମିଳିଛି। ଏହି ସମସ୍ୟା ସମ୍ପର୍କରେ ରେଳବାଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନଥିବା ବେଳେ ଟେକନିକାଲ ଟିମକୁ ଘଟଣାସ୍ଥଳକୁ ପଠାଯାଇଛି। ସେହିପରି ଟ୍ରେନ୍‌ରେ ବିଦ୍ୟୁତ୍ ସଂଯୋଗ ହୋଇପାରି ନଥିବାରୁ ଭିତରେ ଲୋକେ ଅନ୍ଧାରରେ ରହିଥିବା ଜଣାପଡ଼ିଛି।

Bande Bharat Express stopped at Baitarani Road Bhadrak

ଅପରାହ୍ନ ପ୍ରାୟ ୪.୩୫ରୁ ଟ୍ରେନ୍‌ଟି ବୈତରଣୀ ରୋଡ୍ ପୋଲ ଉପରେ ଅଟକି ରହିଥିବା ବେଳେ ଟ୍ରେନ୍‌କୁ ଚାଲୁ କରିବାକୁ ଉଦ୍ୟମ କରାଯାଉଛି। କାଳ ବୈଶାଖୀ ଯୋଗୁ ଓଭରହେଡ୍ ୱାଏରିଂରେ ପାୱାର ସପ୍ଲାଏ ବନ୍ଦ ହୋଇଯାଇଥିବା କୁହାଯାଉଛି। ସେହିପରି ଗଛ ପଡ଼ି ଲୋକୋ ପାଇଲଟ ସାମ୍ନା କାଚ ଭାଙ୍ଗିବା ସହ ତାର ଛିଣ୍ଡି ଯାଇଛି। ବନ୍ଦେ ଭାରତ ଟ୍ରେନ୍ ପୁରୀରୁ ହାୱାଡା ଅଭିମୁଖେ ଯାଉଥିଲା।  ତେବେ ବୈତରଣୀ ରୋଡ ନିକଟରେ ବଜ୍ରପାତ ଯୋଗୁ ରେଳୱେ ବିଦ୍ୟୁତ୍‌ ତାର ଜଳିଯାଇଥିଲା। ସେହିପରି ଟ୍ରେନ୍‌ର କାଚଗୁଡ଼ିକ ଫାଟିଯାଇଥିବା ସୂଚନା ମିଳିଛି।

Related Articles

Back to top button
WP Twitter Auto Publish Powered By : XYZScripts.com