Breaking NewsFeaturedଭାଇରାଲ୍ ଭିଡିଓ

ଲିଭ-ଇନରେ ରହି ଚାକିରି ହରାଇଲେ ସରକାରୀ କର୍ମଚାରୀ

ମହଙ୍ଗା ପଡିଲା ବିବାହିତା ମହିଳାଙ୍କ ସହ ଲିଭ-ଇନ ସମ୍ପର୍କରେ ରହିବା । କେବଳ ଇଭି-ଇନ ନୁହେଁ ମହିଳାଙ୍କ ପ୍ରତି ବିଶ୍ୱାସଘାତକତା ମଧ୍ୟ କରିଛନ୍ତି । ଯେଉଁଥି ପାଇଁ ମୁମ୍ବାଇ ପୁଲିସର ଜଣେ କନେଷ୍ଟବଳ ଚାକିରିରୁ ବିଦା ହୋଇଛନ୍ତି । ଏନେଇ ଜଣେ ସରକାରୀ ଅଧିକାରୀ କହିଛନ୍ତି । ଅଧିକାରୀ ଜଣକ କହିଛନ୍ତି, କେନ୍ଦ୍ରୀୟ ମୁମ୍ବାଇର ତାଡ଼ଦେବସ୍ଥିତ ‘ଲୋକାଲ୍‌ ଆର୍ମସ୍‌’ ଡିଭିଜନ୍‌ରେ ଜଣେ ପୁଲିସ କନେଷ୍ଟବଳଙ୍କ ଆଚରଣ ଚାକିରି ନିୟମ ଉଲ୍ଲଂଘନ କରିଛନ୍ତି । ଯାହାକି ପୁଲିସ ଫୋର୍ସର ଭାବମୂର୍ତ୍ତିକୁ କଳଙ୍କିତ କରିଛି। ଏହି କନେଷ୍ଟବଳ ଜଣକ ହେଉଛନ୍ତି ସୋମନାଥ ଅଙ୍ଗୁଲେ । ଯିଏକି ଜଣେ ବିବାହିତା ମହିଳାଙ୍କ ସହ ଲିଭ-ଇନ ସମ୍ପର୍କରେ ରହି ତାଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ୨୦୧୯ରେ ଜେ. ଜେ. ଥାନାରେ ନିଯୁକ୍ତ ହୋଇଥିବା ବେଳେ ଅଙ୍ଗୁଲେଙ୍କର ଜଣେ ବିବାହିତା ମହିଳାଙ୍କ ସହିତ ଦୈହିକ ସମ୍ପର୍କ ଥିଲା ଏବଂ ସେ ତାଙ୍କ ସହିତ ବସବାସ କରୁଥିଲେ। ଏମିତିକି ଅଙ୍ଗୁଲେଙ୍କ ଔରସରୁ ସେ ମହିଳାଙ୍କର ପିଲାଟିଏ ମଧ୍ୟ ହୋଇଛି । ଏମିିତିକି ଅଙ୍ଗୁଲେ ସେ ପିଲାର ଅଭିଭାବକ ବୋଲି ପରିଚୟ ମଧ୍ୟ ଦେଇଥିଲେ। କେବଳ ଏତିକି ନୁହେଁ ଅଙ୍ଗୁଲେ ସେହି ମହିଳାଙ୍କୁ ବିବାହ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ବି ଦେଇଥିଲେ। ଏହାଛଡ଼ା, ସେମାନେ ‘ଲିଭ୍‌-ଇନ୍‌’ରେ ଥିବା କଥା ଉଲ୍ଲେଖ ଥିବା ଷ୍ଟାମ୍ପ୍‌ ପେପର୍‌ରେ ମଧ୍ୟ ସ୍ବାକ୍ଷର କରିଥିଲେ। କିନ୍ତୁ, କନେଷ୍ଟବଳ ଅଙ୍ଗୁଲେ ତାଙ୍କ ପ୍ରତି ବିଶ୍ବାସଘାତକତା କରୁଥିବା କଥା ଜାଣିବା ପରେ ମହିଳାଜଣକ ଉପରିସ୍ଥ ପୁଲିସ ଅଧିକାରୀଙ୍କ ନିକଟରେ ନିବେଦନ କରିଥିଲେ। ଏହା ପରେ ଏହି ମାମଲାର ବିଭାଗୀୟ ତଦନ୍ତ କରାଯାଇ ଅଙ୍ଗୁଲେଙ୍କୁ ନିଲମ୍ବନ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com