Breaking NewsFeaturedଜାତୀୟବାଣିଜ୍ୟ

୧୪ ହଜାର ଟଙ୍କାର ଫ୍ଲାଇଟ୍ ଟିକେଟ୍ ରଦ୍ଦ, ରିଫଣ୍ଡରେ ମିଳିଲା ଦୁଇ କପ୍ ଚା’ର ମୂଲ୍ୟ 

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସମସ୍ତ ଯୋଜନା ସହ ଆପଣ ଟ୍ରାଭେଲିଂ ପାଇଁ ଫ୍ଲାଇଟ୍ ଟିକେଟ୍ ବୁକ୍ କରୁଛନ୍ତି । ଅଚାନକ କିଛି କାରଣ ପାଇଁ ଆପଣଙ୍କୁ ଯାତ୍ରା ସ୍ଥଗିତ କରିବାକୁ ପଡ଼ିଲା । କିନ୍ତୁ ଏହି ସମୟରେ ସବୁଠାରୁ ଚିନ୍ତାର କାରଣ ହେଉଛି ଟିକେଟ୍ କ୍ୟାନ୍‌ସଲ୍ କରିବା ପରେ ଏୟାରଲାଇନ୍ସ କମ୍ପାନୀ କେତେ ଟଙ୍କା କାଟିବେ । ଅଧିକାଂଶ ସମୟରେ ଟିକେଟ୍ ପାଇଁ ଚାର୍ଜ କରାଯାିଥିବା ଟଙ୍କାର ଅଦା ବି ରିଫଣ୍ଡ ହୋଇନଥାଏ । ଏହିଭଳି କିଛି ହୋଇଛି ବିହାର କ୍ୟାଡରର ଆଇଏଏସ୍ ଅଧିକାରୀ ରାହୁଲ କୁମାରଙ୍କ ସହ ।

୧୩ ହଜାର ୮୨୦ ଟଙ୍କା ଦେଇ ବୁକ୍ କରିଥିବା ଟିକେଟ୍ ଉପରେ ରାହୁଲଙ୍କୁ ମାତ୍ର ୨୦ ଟଙ୍କା ରିଫଣ୍ଡ ମିଳିଛି । ଏହି ରିଫଣ୍ଡର ଫଟୋକୁ ଅଧିକାରୀ ଜଣକ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଫଟୋରେ ଦେଖାଯାିଛି କି କ୍ୟାସଲେସନ୍ ଚାର୍ଜ ୧୧୮୦୦, ଜିଆଇ ରଦ୍ଦିକରଣ ଶୁଳ୍କ ୧୨୦୦, ସୁବିଧା ଶୁଳ୍କ ୮୦୦ ଟଭ୍‌କା କଟା ଯାଇଛି । ସମୁଦାୟ କ୍ୟାନସଲେସନ୍ ଫିସ୍ ୧୩୮୦୦ ରହିଛି । ଏଥବ ପାଇଁ ତାଙ୍କୁ କେବଳ ୨୦ ଟଭ୍‌କା ରିଫଣ୍ଡ ମିଳିଛି । ଏହା ପରେ ମଜାକରେ ରାହୁଲ ଲେଖବଛନ୍ତି ମୋର ଫେରସ୍ତ ପାଇଁ କିଛି ଭଲ ବିନିଯୋଗ ପରାମର୍ଶ ଦିଅନ୍ତୁ । ଏହି ପୋଷ୍ଟ ଉପରେ ଅନେକ ଲୋକ ନିଜର ମନ୍ତବ୍ୟ ଦେଇଥିବା ବେଳେ ୫ ଲକ୍ଷ ଲୋକ ଏହାକୁ ଦେଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com