Breaking NewsFeaturedଓଡ଼ିଶାଜୀବନଶୈଳୀ

ରାଜଧାନୀର ରାସ୍ତାକଡ଼ରେ ଦିନମଜୁରିଆ ଗଢ଼ିଛନ୍ତି ଜାପାନୀ ଘର 

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଘରକୁ ନେଇ ସମସ୍ତଙ୍କର ଏକ ସ୍ୱପ୍ନ ଥାଏ । କିଏ ବଡ଼ ବିଲ୍ଡିଂ କରିବାକୁ ଇଚ୍ଛା ରଖିଥାଏ ତ କିଏ ଘର ସଜେଇବାରେ କିଛି ନୂଆ କରିବାର ଇଚ୍ଛା ରଖିଥାଏ । କିନ୍ତୁ ଭୁବନେଶ୍ୱରର ପାଣ୍ଡାରୀ ମୁଦୁଲୀଙ୍କ ସ୍ୱପ୍ନ କିଛି ଅଲଗା ଥିଲା । ସେ ମାଟି ଘର କି କୋଠା ଘରର ସ୍ୱପ୍ନ ଦେଖିନଥିଲେ । ତାଙ୍କ ସ୍ୱପ୍ନର ଘର ଥିଲା ଜାପାନୀ ଘର । ଯେଉଁଥିପାଇଁ ସେ ମଜୁରୀ ଲାଗି ମଧ୍ୟ ଧିରେ ଧିରେ ନିଜ ସ୍ୱପ୍ନର ଘରକୁ ପୂରା କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ତେବେ କେମିତି ତାଙ୍କ ମନରେ ଆସିଲା ଏଭଳି ଚିନ୍ତା ଏଠାରେ ନିମ୍ନରେ ରହିଥିବା ଭିଡିଓରୁ ଶୁଣିପାରିବେ।

ଏମିତି ଏକ ନିଆରା ଘର କରି ଚର୍ଚ୍ଚାରେ ପାଣ୍ଡାରୀ ମୁଦୁଲୀ । ଏହି ଘର ଜାପାନୀ ଢାଞ୍ଚାରେ ନିର୍ମିତ ହୋଇଛି । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏହି ଘରକୁ ଗଢି ତୋଳି ଚାଲିଛନ୍ତି ପାଣ୍ଡାରୀ । ପାଣ୍ଡାରୀଙ୍କ ଏହି ଘରେ ପଶିଗଲେ ଲାଗିବ ଯେମିତି ଆପଣ ବାହାର ଦେଶରେ ଅଛନ୍ତି । ଏହି ଘରକୁ ଦେଖିବାକୁ ବହୁ ଲୋକ ଆସନ୍ତି । ଯାହାଙ୍କୁ ଦେଖି ପାଣ୍ଡାରୀ ବି ଖୁସି ହୁଅନ୍ତି ।

ଏକ ଖବରକାଗଜରେ ପ୍ରକାଶିତ ଏକ ଫଟୋଗ୍ରାଫରୁ ଆରମ୍ଭ ଏଭଳି ଏକ ପରିକଳ୍ପନା । ୧୯୯୯ରୁ ସେଇ ଘର ତିଆରି କାମ ଚାଲିଛି । ଯାହା ରୋଜଗାର କରୁଛନ୍ତି ସେଥିରୁ ଅଧିକାଂଶ ଅଂଶ ଘରକୁ ସୁନ୍ଦର କରିବାରେ ଲଗାଇ ଦେଉଛନ୍ତି । ଧନୁ ତୀରରେ ମଧ୍ୟ ଏହି ଘର ସଜ୍ଜିତ । ଧାଡ଼ି ହୋଇ ସଜା ହୋଇଛି ରଙ୍ଗବେରଙ୍ଗ ବୋତଲ । ହେଲେ ଜୀବନର ଜମା ପୁଞ୍ଜି ଲଗାଇଥିବାରୁ ଏହାକୁ ନେଇ ଅନେକ ଥର ନିଜ ଗୃହିଣୀଙ୍କ ଠାରୁ ଗାଳି ମଧ୍ୟ ଶୁଣିଛନ୍ତି ଗୃହକର୍ତ୍ତା।

ଦେଖନ୍ତୁ ପୂରା ଭିଡିଓ:

Related Articles

Back to top button
WP Twitter Auto Publish Powered By : XYZScripts.com