Featuredଓଡ଼ିଶା

ଓଡ଼ିଶାରେ ପ୍ରଥମ ଘଟଣା: ରୋବୋଟ୍ କଲା ଆଣ୍ଠୁ ପ୍ରତ୍ୟାରୋପଣ

ଚିକିତ୍ସା କ୍ଷେତ୍ରରେ ଓଡ଼ିଶାକୁ ଏକ ବଡ଼ ସଫଳତା ମିଳିଛି । ରାଜ୍ୟର ସମ୍ ହସ୍ପିଟାଲରେ ପ୍ରଥମ ଥର ପାଇଁ ରୋବୋଟ୍ ଦ୍ୱାରା ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର କରାଯାଇଛି ।

ତେବେ ରୋବୋଟିକ୍ ପ୍ରକ୍ରିୟାରେ ଅସ୍ତ୍ରୋପଚାର କରାଯିବା ଅଧିକ ସଫଳତା ପ୍ରଦାନ କରୁଛି । ତେଣୁ ଆଗାମୀ ଦିନରେ ଆଣ୍ଠୁ ପ୍ରତ୍ୟାରୋପଣ କ୍ଷେତ୍ରରେ ଏହା ଏକ ପ୍ରକୃଷ୍ଟ ମାଧ୍ୟମ ସାଜିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହି ଅସ୍ତ୍ରୋପଚାର ପ୍ରକ୍ରିୟାରେ ରୋଗୀଙ୍କୁ ଆରାମ ଲାଗିବା ସହିତ ଏହା ସଠିକ୍ ପ୍ରଣାଳୀରେ ସମ୍ପାଦିତ ହୋଇଥାଏ । ନୂଆଦିଲ୍ଲୀ ସ୍ଥିତ ସନ୍ଥ ପରମାନନ୍ଦ ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗର ବରିଷ୍ଠ ଆଣ୍ଠୁ ପ୍ରତ୍ୟାରୋପଣ ବିଶେଷଜ୍ଞ ଡାକ୍ତର ଶେଖର ଶ୍ରୀବାସ୍ତବଙ୍କ ତତ୍ତ୍ୱାବଧାନରେ ଏହି ଅସ୍ତ୍ରୋପଚାର କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com