Featuredଓଡ଼ିଶା

ସରପଞ୍ଚଙ୍କ ଦାଦାଗିରି ! ଚାନ୍ଦା ନଦେବାରୁ ଠିକାଦାରଙ୍କ ଉପରେ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ସରପଞ୍ଚଙ୍କ ଦାଦାଗିରି। ଚାନ୍ଦା ନଦେବାରୁ ଠିକାଦାରଙ୍କ ଉପରେ ମରଣାନ୍ତକ ଆକ୍ରମଣ ଅଭିଯୋଗ। ଯାଜପୁର ଜିଲ୍ଲା ଯଖପୁରା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ସରପଞ୍ଚ ଓ ତାଙ୍କ ସମର୍ଥକଙ୍କ ଆକ୍ରମଣ ଫଳରେ ୩ ଜଣ ଆହତ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଯଖପୁରା ଅଞ୍ଚଳରେ ଏକ ଘରୋଇ କାରଖାନାରେ ଠିକା କାର୍ଯ୍ୟ କରୁଥିବା ଠିକାଦାର ପ୍ରସନ୍ନଜିତ୍ ନାୟକଙ୍କୁ ସ୍ଥାନୀୟ ସରପଞ୍ଚ ଅରୁଣଜ୍ୟୋତି ସାମିଲ ୫୦ ଲକ୍ଷ ଟଙ୍କା ଚାନ୍ଦା ମାଗିଥିଲେ। ଏନେଇ ଗତ ୩ ଦିନ ତଳେ ଠିକାଦାର ସମ୍ପୃକ୍ତ ସରପଞ୍ଚଙ୍କ ନାମରେ ଯଖପୁରା ଥାନାରେ ଅଭିଯୋଗ କରିଥିଲେ। ହେଲେ ଗତକାଲି ସରପଞ୍ଚ ଓ ତାଙ୍କର କେତେକ ସମର୍ଥକ ଠିକାଦାର କ୍ୟାମ୍ପରେ ପଶି ଠିକାଦାରଙ୍କ ଉପରକୁ ପେଟ୍ରୋଲ ବୋମା ଫୋପାଡି ଜାଳି ଦେବାକୁ ଉଦ୍ୟମ କରିଥିଲେ। ପ୍ରତିରୋଧ କରିବାରୁ ଠିକାଦାରଙ୍କ ସାନ ଭାଇ ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଫଳରେ ଠିକାଦାରଙ୍କ ଭାଇ ଓ କର୍ମଚାରୀ ଆହତ ହୋଇଥିଲେ ।‌ ଉଭୟେ ଗୁରୁତର ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଏନେଇ ଠିକାଦାର ସରପଞ୍ଚଙ୍କ ସମେତ ମୋଟ ୨୦ ଜଣଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଠିକାଦାରଙ୍କ ଏତଲା ଆଧାରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସେପଟେ ଆକ୍ରମଣ ସମୟର ସିସିଟିଭି ଫୁଟେଜ ଭାଇରାଲ୍ ହେଉଛି। ଅଭିଯୁକ୍ତ ସରପଞ୍ଚ ଫେରାର ଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଠିକାଦାର ଦାବି କରିଛନ୍ତି।

 

 

Related Articles

Back to top button
WP Twitter Auto Publish Powered By : XYZScripts.com