ଓଡ଼ିଶା

ଅବକାରୀ ଅଧିକ୍ଷକ ପତ୍ନୀ ଭିଜିଲାନ୍ସ ଜାଲରେ, ସନ୍ଦେହରେ ଆଇଆଇସି ସ୍ୱାମୀ

ରାୟଗଡ଼ା: ରାୟଗଡ଼ା ଅବକାରୀ ଅଧିକ୍ଷକ ନିନା ବେଉରା ଭିଜିଲାନ୍ସ ହାତରେ ଧରା ପଡ଼ିବା ପରେ ତାଙ୍କ ସ୍ୱାମୀ ମାହାଙ୍ଗା ଆଇଆଇସି ସନ୍ଦେହ ଘେରକୁ ଆସିଛନ୍ତ । ମାହାଙ୍ଗା ଆଇଆଇସି ନିହାର ରଞ୍ଜନ ମହାନ୍ତିଙ୍କୁ ଶନିବାର ଭିଜିଲାନ୍ସ କାର୍ଯ୍ୟାଳୟକୁ ହାଜରା ନିର୍ଦ୍ଦେଶ ମିଳିଥିବା ବେଳେ ସେ ସେଠାକୁ ଯାଇ ନିଜର ବୟାନ ଉଚ୍ଚ ଅଫିସରଙ୍କୁ ଦେଇଛନ୍ତି । ଶୁକ୍ରବାର ସକାଳେ ଅତିରିକ୍ତ ଏସ୍‌ପି ମୋତେ ଏନେଇ ଯୋଗାଯୋଗ କରିଥିଲେ । ମୋତେ ଭିଜିଲାନ୍ସରେ ହାଜର ହେବାକୁ ନିର୍ଦ୍ଦେଶ ଥିଲା । ।ତେବେ ମୋ ପତ୍ନୀ ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି ବୋଲି ମୁଁ କାଲି ଜାଣିନଥିଲା । ଚାହିଁଥିଲେ ଭିଜିଲାନ୍ସ ମୋତେ କାଲିଠୁ ଯୋଗାଯୋଗ କରିପାରିଥାନ୍ତା । ତେବେ ସରକାରି କର୍ମଚାରୀ ଅଫିସ ବନ୍ଦ କରି ପଳାଇବା କହିବା ଠିକ ନୁହେଁ ବୋଲି ସେ କହିଛନ୍ତି ।  ଭିଜିଲାନ୍ସରେ ହାଜର ହେବା ପରେ ନିଜର ପ୍ରତିକ୍ରିୟା ରେ, ମୁଁ କୁଆଡେ ଛାଡିକି ଯାଇନଥିଲି । ଏପିରିକି ମୋ ସହିତ ଶୁକ୍ରବାର ଦିନ କେହି ଯୋଗାଯୋଗ କରିନାହାନ୍ତି । ଆଉ ବାକି ରହିଲା ପତ୍ନୀଙ୍କ ଟଙ୍କା ସମ୍ବନ୍ଧୀୟ ତଥ୍ୟ ବିଷୟରେ ମୁଁ କିଛି ଜାଣିନି । ସେପଟେ ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରା ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରା ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୧ଟାରେ, ରାୟଗଡ଼ାରୁ ଭୁବନେଶ୍ୱର ଯିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ରାୟଗଡ଼ାରୁ ସେ ଅନୈତିକ ଉପାୟରେ ଅର୍ଜିତ ଟଙ୍କା ନେଇ ଆସୁଥିବାର ଖବର ପାଇ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ନିକଟରେ ଚଢ଼ାଉ କରିଥିଲା। ତାଙ୍କ ଗାଡ଼ିରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହି ଅର୍ଥର ହିସାବ ସଂପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏହାପରେ ଶ୍ରୀମତୀ ବେଉରା ଏବଂ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com