ଓଡ଼ିଶା

 ରିୟଲ ଷ୍ଟାର ଡାନ୍ସ ଏକାଡେମି ର ନୂତନ ପ୍ରୟାସ ଜୟ ଯବାନ ଜୟ କିଷାନ

ବ୍ରହ୍ମପୁର ଅଫିସ ; ୦୪/୦୯ ଗଞ୍ଜାମ ଜିଲ୍ଲା ବିଭିନ୍ନ ନୃତ୍ୟ ଓ କଳା ପାଇଁ ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହି ଅନୁଷ୍ଠାନ ଗୁଡିକ ମଧ୍ୟରୁ ରିୟଲ ଷ୍ଟାର ଏକାଡେମି ଅନ୍ୟତମ । ଏହି ଅନୁଷ୍ଠାନର ଗୁରୁଜୀ ପ୍ରଦୀପ କୁମାର ସେଠି ନିଜର ନୃତ୍ୟ ଶିକ୍ଷା ଜିଲ୍ଲାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛିନ୍ତି । ସ୍ଥାନୀୟ ଜୁବୁଲି ଟାଉନ ହଲ ଠାରେ ରିୟଲ ଷ୍ଟାର ଡାନ୍ସ ଏକାଡେମି ତରଫରୁ ବିଭିନ୍ନ ଶିଶୁ କଳାକାର ଙ୍କୁ ନେଇ “ଜୟ ଯବାନ ଜୟ କିଷାନ” ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶିଶୁ ମାନେ ନିଜର କଳା ପ୍ରତିଭା ପ୍ରଦର୍ଶନ କରିଥିଲେ।ପରିଶେଷରେ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବଣ୍ଟନ କରାଯଇଥିଲା । କାର୍ଯ୍ୟକ୍ରମକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ପ୍ରଦୀପ ଜାଳି ଉଦଘାଟନ କରିଥିଲେ । ଏଥି ସହିତ ଉପସ୍ଥିତ ଥିଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା,ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ,ଅର୍ବନ ବ୍ୟାଙ୍କ ସଭାପତି ଆର. ମୁରଲୀ ମୋହନ, ଜିଆଇପିଏସ. ଚେୟାର ମେନ ପ୍ରଶାନ୍ତ କୁମାର ମହାପାତ୍ର,କର୍ପୋରେଟର ସୁରେନ୍ଦ୍ର ମହାରଣା,ଡ଼ଃ ସୋନାଲି ଗନ୍ତାୟତ,ସମାଜ ସେବକ ସନ୍ତୋଷ କୁମାର ପାତ୍ର,  ପ୍ରମୁଖ ଉପସ୍ଥିତ ଥିଲେ । ରିୟଲ ଷ୍ଟାର ଡାନ୍ସ ଏକାଡେମିର ସମସ୍ତ ଅଭିଭାବକ, ଛାତ୍ର ଛାତ୍ରୀ ଓ ସମସ୍ତ ଗୁରୁଜୀ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com