ଓଡ଼ିଶା

ଡେମୋ ଦେଖାଇଲେ ବାଂଲାଦେଶୀ ATM ଲୁଟେରା, ଦୟାନଦୀ କୂଳରୁ ମିଳିଲା ୨ଟି ଶାବଳ

ଭୁବନେଶ୍ୱର() ଡେମୋ ଦେଖାଇଲେ ବାଂଲାଦେଶୀ ATM ଲୁଟେରା । ଭୁବନେଶ୍ବର ଲିଙ୍ଗିପୁର ଏଟିଏମ୍ ତାଡ଼ି ନେବା ଘଟଣାରେ ୨ ଗିରଫ ଅଭିଯୁକ୍ତଙ୍କୁ ଧରି ଘଟଣାସ୍ଥଳରେ ଡେମୋ କରିଛି କମିଶନରେଟ୍ ପୋଲିସ । କେମିତି ଏଟିଏମ୍ ତାଡିଲେ, କେଉଁ ସ୍ଥାନରୁ ଏଥିରେ ଥିବା ଟଙ୍କା କାଢିଲେ ସେ ସବୁର ଡେମୋ ଦେଖାଇଛନ୍ତି ୨ ବାଂଲାଦେଶୀ ଲୁଟେରା। ଲୁଟେରା ଦୟାନଦୀ କୂଳରେ ଏଟିଏମ ବାକ୍ସ ଭାଙ୍ଗି ସେଥିରେ ଥିବା ଟଙ୍କା ନେଇ ଯାଇଥିବା କହିଛନ୍ତି।

ଏପଟେ ଗିରଫ ଅଭିଯୁକ୍ତଙ୍କ ତଥ୍ୟ ଆଧାରରେ, ପୋଲିସ ଦୟାନଦୀ କୂଳରୁ ୨ ଟି ଶାବଳ ଜବତ କରିଛି। ମିଶନ୍ ଇମ୍ ପସିବୁଲ୍ ରେ ସ୍ପେଶାଲ ସ୍କ୍ବାଡ ବାଙ୍ଗାଲୋରରୁ ୨ ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ୨ ଏଟିଏମ୍ ଲୁଟେରା ହେଲେ ବାଲାଂଦେଶର ଖୋକନ ମୁଲ୍ଲା ଓ ମିରାଜୁନ ମେହବାନ ମୁଲ୍ଲା। ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଛାନଭିନ୍ ଚଳାଇଛି।

ଗତ ୫ ତାରିଖରେ ଶିଶୁପାଳଗଡ଼ ଲିଙ୍ଗିପୁରସ୍ଥିତ SBI ଏଟିଏମ୍ ତାଡ଼ିନେଇଥିଲେ ଦୁର୍ବୃତ୍ତ। ଏଟିଏମ୍ ବକ୍ସରୁ ଟଙ୍କା ଖାଲି କରି ଦୟା ନଦୀ କୂଳରେ ଫୋପାଡି ଦେଇଥିଲେ ବାଂଲାଦେଶୀ ଲୁଟେରା।

 

Related Articles

Back to top button
WP Twitter Auto Publish Powered By : XYZScripts.com