ଓଡ଼ିଶା

ଜୀବନ ସିନା ଚାଲିଗଲା, ହେଲେ ଦୁଇ ଜଣଙ୍କୁ ଦେଇଗଲେ ଦୁନିଆ ଦେଖିବାର ଶକ୍ତି

ଜଳେଶ୍ୱର: ନିଜେ ସିନା ଆରପାରିକୁ ଚାଲିଗଲେ । କିନ୍ତୁ ଦୁଇ ଜଣଙ୍କୁ ଦେଇଗଲେ ଦୁନିଆଁ ଦେଖିବାର ଶକ୍ତି । ବାପାଙ୍କ ମୃତ୍ୟୁ ପରେ ତାଙ୍କର ସ୍ୱପ୍ନ ପୂରଣ କରିବା ପାଇଁ ଚକ୍ଷୁ ଦାନ ଭଳି ମହତ କାର୍ଯ୍ୟ କରିଛନ୍ତି ପରିବାର ଲୋକେ ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଡୁବୁଳିଆ ଗ୍ରାମରେ । ଗ୍ରାମର ମନ୍ମଥ ଆଦେକ ଗତକାଲି ବିଲରୁ କାମ ସାରି ଘରକୁ ଫେରୁଥିବା ବେଳେ ବିଷାକ୍ତ ସର୍ପ ଦଂଶନରେ ତାଙ୍କର ମୃତ୍ୟୁ ହୋଇଥିଲା । ମନ୍ମଥ ବଞ୍ଚିଥିବା ବେଳେ ପରିବାର ଲୋକଙ୍କୁ କହିଥିଲେ ମୁଁ ମଲା ପରେ ମୋ ଆଖିକୁ ନଷ୍ଟ ହେବାକୁ ଦେବନି । ଆଉ କାହାକୁ ଦାନ କରିଦେବ ।

ଯାହା ଦ୍ୱାରା ମୋ ଆଖିରେ ଆଉ କିଏ ଦୁନିଂଆ ଦେଖିବାର ସୁଯୋଗ ପାଇବ । ତେବେ ବାପାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଥିଲେ ବି ତାଙ୍କର ଏହି ଶେଷ ଇଚ୍ଛାକୁ ପରିବାର ସଦସ୍ୟ ପୂରଣ କରି ଖୁସି ଅନୁଭବ କରିଛନ୍ତି କରିଛନ୍ତି ପରିବାର ଲୋକ ।

Related Articles

Back to top button
WP Twitter Auto Publish Powered By : XYZScripts.com