ଓଡ଼ିଶା

ଶ୍ରମିକ ଦିବସ ଅବସରରେ ରାଜ୍ୟ ସରକାରଙ୍କ ବଡ଼ ଭେଟି, ୧୧ ଟଙ୍କା ବଢିଲା ଦୈନିକ ସର୍ବନିମ୍ନ ମଜୁରୀ

ଭୁବନେଶ୍ୱର() ମଜୁରିଆଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଭେଟି । ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଅତି କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀରେ ୧୧ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏ ନେଇ ଶ୍ରମ କମିସନରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ବର୍ଦ୍ଧିତ ମଜୁରୀ ପିଛିଲା ଭାବେ ଚଳିତବର୍ଷ ଏପ୍ରିଲ ପହିଲାରୁ ଲାଗୁ ହେବ । ଅଣକୁଶଳୀଙ୍କ ମଜୁରୀ ୩୧୫ରୁ ୩୨୬କୁ ବୃଦ୍ଧି ପାଇଥିବାବେଳେ ଅର୍ଦ୍ଧକୁଶଳୀଙ୍କ ମଜୁରୀ ୩୫୫ରୁ ୩୬୬ ହୋଇଛି । ସେହିପରି କୁଶଳୀଙ୍କୁ ୪୦୫ଟଙ୍କାରୁ ବଢ଼ି ୪୧୬ ହୋଇଥିବାବେଳେ ଅତିକୁଶଳୀ ଶ୍ରମିକଙ୍କ ମଜୁରୀ ୪୬୫ ଟଙ୍କାରୁ ୪୭୬ ଟଙ୍କାକୁ ବୃଦ୍ଧି କରାଯାଇଛି । ଶେଷଥର ପାଇଁ ଗତବର୍ଷ ଏପ୍ରିଲ ପହିଲାରେ ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିଥିଲେ ସରକାର । କୃଷି କ୍ଷେତ୍ରଠାରୁ ଆରମ୍ଭ କରି କେନ୍ଦୁପତ୍ର ତୋଳାଳିଙ୍କ ସମେତ ୮୯ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ଏହି ବର୍ଦ୍ଧିତ ମଜୁରୀ ଲାଗୁ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com