ଓଡ଼ିଶା

କର୍ପୋରେଟର ପ୍ରାର୍ଥୀଙ୍କୁ ଦାଦା ବଟି ମାଗିଲେ ଯୁବକ, ବାନ୍ଧିଲା ପୋଲିସ

ଭୁବନେଶ୍ୱର: ଦାଦାବଟି ମାଗି ୨ ଯୁବକ ଗିରଫ । କର୍ପୋରେଟର ପ୍ରାର୍ଥୀଙ୍କୁ ବଟି ମାଗି ୨ ଯୁବକଙ୍କୁ ବାନ୍ଧିଲା କମିଶନରେଟ୍‌ ପୋଲିସ । ଗିରଫ ୨ ଅଭିଯୁକ୍ତ ହେଲେ ସୋମନାଥ ହାତୀ ଓ ଲିଟୁନା ସ୍ୱାଇଁ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।
ଖବର ଅନୁଯାୟୀ, ଭୁବନେଶ୍ୱରରେ ଏବେ ପୌର ନିର୍ବାଚନର ମାହୋଲ । ନିଜ ନିଜ ଅଞ୍ଚଳରେ ବିଜୟୀ ହେବା ପାଇଁ ପ୍ରାର୍ଥୀମାନେ ଜୋରଦାରରେ ଲାଗିପଡିଛନ୍ତି । କିନ୍ତୁ ଏସବୁ ଭିତରେ ଆସିଛି ଏକ ଖବର ।  ଭୁବନେଶ୍ୱର ୫୫ ନମ୍ବରର ବିଜେଡି କର୍ପୋରେଟର ପ୍ରାର୍ଥୀ ନୃପେଶ ନାୟକଙ୍କୁ କିଛି ଯୁବକ ଦାଦା ବଟି ମାଗିଥିଲେ । ଏନେଇ ନୃପେଶ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଲିଙ୍ଗରାଜ ଥାନା ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ୨ଜଣଙ୍କ ନାମ ସୋମନାଥ ହାତୀ ଓ ଲିଟୁନା ସ୍ୱାଇଁ  ବୋଲି ସୂଚନା ମିଳିଛି । ଏହାସହିତ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ପୋଲିସ ଛାନ୍‌ଭିନ୍‌ କରୁଛି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com