ଓଡ଼ିଶା

ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ୍‌ ଲାଗି ପହଞ୍ଚିଛନ୍ତି ଖେଳାଳି

ଭୁବନେଶ୍ୱର: ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ୍‌ ଲାଗି ପହଞ୍ଚିଛନ୍ତି ଦକ୍ଷିଣ ଆଫ୍ରିକୀୟ ଟିମ୍‌ । ମେ ଫେୟାର ହୋଟେଲରୁ କଡ଼ା ସୁରକ୍ଷା ମଧ୍ୟରେ କଟକ ଷ୍ଟାଡିୟମରେ ପହଞ୍ଚିଛନ୍ତି ଟିମ୍‌ । ସେଠାରେ ଆଜି ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି  ଭାରତୀୟ ଟିମ୍‌ ମଧ୍ୟ ଅଭ୍ୟାସ୍‌ ଲାଗି ବାହାରିଛି । ଦିନ ୧ଟାରେ ଭାରତୀୟ ଟିମ୍‌ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ଥିବା ବେଳେ ହୋଟେଲ୍‌ରୁ କଡ଼ା ସୁରକ୍ଷାରେ ବାରବାଟି ନିଆଯାଇଛି । ରବିବାର ବାରବାଟି ଷ୍ଟାଡିୟମ୍‌ରେ ଦକ୍ଷିଣ ଆଫ୍ରିକା ଓ ଟିମ୍‌ ଇଣ୍ଡିଆ ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ । ସିରିଜର ପ୍ରଥମ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିବା ବେଳେ ୨ୟ ମ୍ୟାଚ୍‌ ଜିତି ସିରିଜକୁ ଫେରାବାରେ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ । ତେବେ ସୁରକ୍ଷା ଦୃଷ୍ଟିରୁ ୬୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com