ଓଡ଼ିଶା

ଭଦ୍ରକରେ ପାଳନ ହେଲା ବଳିଦାନର ପର୍ବ ଇଦ୍-ଉଲ୍‌ ଜୁହା

ଭଦ୍ରକ: ବଳିଦାନର ପର୍ବ ଇଦ୍-ଉଲ୍‌ ଜୁହା। ଆଜି ସମଗ୍ର ଦେଶରେ ମୁସଲମାନ ଭାଇ ଭଉଣୀମାନେ ଏହି ପର୍ବକୁ ଆନନ୍ଦ ଉଲ୍ଲାସରେ ପାଳନ କରୁଛନ୍ତି। ଭଦ୍ରକରେ ମଧ୍ୟ ଏହି ଉତ୍ସବକୁ ଖୁବ ଧୁମଧାମରେ ପାଳନ କରାଯାଉଛି। ଦୁଇ ବର୍ଷ ଧରି କରୋନା କଟକଣା ଥିବା ବେଳେ ଇଦ୍ ଉଲ୍ ଜୁହା ପର୍ବର ମାହୋଲ ଉପରେ କଟକଣା ଲାଗିଥିଲା। କିନ୍ତୁ ଆଜି କୌଣସି କରୋନା  କଟକଣା ନଥିବାରୁ, ବହୁ ଧୁମ ଧାମରେ ଏହି ପର୍ବ କୁ ପାଳନ କରାଯାଇଛି।

ଭଦ୍ରକର ବିଭିନ୍ନ ମସଜିଦ୍ ସମେତ ଇଦଗାହାରେ ମଧ୍ୟ ନମାଜ୍ ପାଠ କରାଯାଇଛି। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଇଦଗାହା ଠାରେ ପହଞ୍ଚି ସମୂହ ନମାଜ୍ ପାଠ କରିଥିଲେ। ଧର୍ମଗୁରୁ ପ୍ରୋଫେଟ ମହମ୍ମଦଙ୍କ ପୂର୍ବପୁରୁଷମାନେ, ଈଶ୍ୱରଙ୍କ ଦିବ୍ୟବାଣୀ ଅନୁଯାୟୀ, ନିଜର ସନ୍ତାନମାନଙ୍କୁ ଇଶ୍ଵରଙ୍କ ଉଦ୍ଦେଶ୍ୟରେ ବଳି ଚଢାଇବା ପାଇଁ ଉଦ୍ୟମ କରିଥିଲେ। ସେହି ସମୟରେ ଆଲ୍ଲା ଆବିର୍ଭାବ ହୋଇ ବଳିକୁ ବନ୍ଦ କରିଥିଲେ।

ସେହି ଦିନଠାରୁ ଇସଲାମ ଧର୍ମାଲମ୍ବିମାନେ ବଳିଦାନର ପର୍ବ ଇଦ୍ ଉଲ୍ ଜୁହା ନାମରେ ପାଳନ କରୁଛନ୍ତି। ତେବେ ଭଦ୍ରକରେ ଏହି ପର୍ବ ଭାଇଚାରା ରୀତିରେ ପାଳନ ହେଉଥିବା ବେଳେ,ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଆଜିର ଏହି ପର୍ବ ଉପଲକ୍ଷେ ଇଦଗାହା ଠାରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ମାନେ ଯୋଗ ଦେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com