ଓଡ଼ିଶା

ସୂର୍ଯ୍ୟକିରଣ ସୋ କୁ ନେଇ ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର ; ୧୩/୦୯ ଆସନ୍ତା ୧୬ ତାରିଖରେ ଓଡ଼ିଶାରେ ସୋ ଦେଖାଇବ ସୂର୍ଯ୍ୟକିରଣ । ବାୟୁସେନା ପକ୍ଷରୁ ଏହି ଚିତାକର୍ଷକ ସୂର୍ଯ୍ୟକିରଣ ସୋ ପ୍ରଦର୍ଶିତ ହେବ । ଭୁବନେଶ୍ୱର ଓ ପୁରୀ ରେ ସୂର୍ଯ୍ୟକିରଣ ସୋ ଆୟୋଜିତ ହେବ । ସେପ୍ଟେମ୍ବର ୧୬ ତାରିଖରେ ଭୁବନେଶ୍ୱର କୁଆଖାଇ ନଦୀ ଶଯ୍ୟାରେ ଏବଂ ୧୮ ତାରିଖରେ ପୁରୀରେ ରାଜଭବନ ଉପରେ ଏହି ସୋ ର ଆୟୋଜନ କରାଯିବ । ଏନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ସୋ’ ପୂର୍ବରୁ ପୋଲିସ କମିଶନର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ହେବାକୁ ଥିବା ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ପାଇଁ ଆଜି ଭୁବନେଶ୍ୱର ପହଞ୍ଚିଛି ଇଣ୍ଡକ୍ସନ ଟିମ ।  ସୋ’ରେ ଭାଗ ନେବାକୁ ଥିବା ୧୧ଟି ହକ ବିମାନ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର କୁଆଖାଇ ବାଲିଯାତ୍ରା ପଡ଼ିଆରେ ହେବ ସୂର୍ଯ୍ୟକିରଣ ସୋ । ଏଥିପାଇଁ ପ୍ରସ୍ତୁତ ହୋଇଛି ୯ଟା ଲଢୁଆ ବିମାନ । ଦର୍ଶକେ ଦେଖିବେ ୪୫ ମିନିଟର ଚିତ୍ତାକର୍ଷକ ସୋ । ୪୫ ମିନିଟର ଏହି ଶୋ ପାଇଁ ୧୦ଟା ୧୧ ଓ ୪ଟା ୧୫ ମିନିଟରୁ ୫ଟା ୧୫ ମିନିଟର ସମୟ ଧାର୍ଯ୍ୟ କରାଯାଇଛି । ଏୟାର ସୋରେ ୮୦ ରୁ ୯୦ ଜଣ ସଦସ୍ୟ ସାମିଲ ହେବେ। ପାଣିପାଗକୁ ଦୃଷ୍ଟିରେ ରଖି ଯେକୌଣସି ଗୋଟିଏ ସମୟରେ ଏହି ଏୟାର ସୋ କରାଯିବ। ଏ ନେଇ ଏୟାର ଟ୍ରାଫିକ କଣ୍ଟ୍ରୋଲର ଅନୁମିତି ଦେବ। ବହୁ ଭିଭିଆଇପି ଓ ଲୋକଙ୍କ ସମାଗମ ହେବାକୁ ଥିବାରୁ କୁଆଖାଇର ଦୁଇ ପାର୍ଶ୍ୱରେ ସୁରକ୍ଷା କଡ଼ାକଡ଼ି କରାଯିବ । ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଥିବା ବେଳେ ଦରକାର  ପଡିଲେ ଟ୍ରାଫିକ ଆଡଭାଇଜାରୀ ଜାରି କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।

Related Articles

Back to top button
WP Twitter Auto Publish Powered By : XYZScripts.com