ଓଡ଼ିଶା

ଭୁଲ୍‌ ଚିକିତ୍ସା ଲାଗି ଚାଲିଗଲା ନାବାଳିକାଙ୍କ ଜୀବନ ! ଫାର୍ମାସିଷ୍ଟଙ୍କୁ ଚଳେଇ ଚଳେଇ ଥାନାକୁ ନେଲେ ଗାଁଲୋକେ

ମାଲକାନଗିରି : ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ଫାର୍ମାସିଷ୍ଟ ସନ୍ଦିପ ବେହେରାଙ୍କ ଭୁଲ୍‌ ଚିକିତ୍ସା ଲାଗି ଝିଅଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ଗାଁଲୋକ ।
ଖବର ଅନୁଯାୟୀ , ମାଲକାନଗିରି ଜିଲ୍ଲା ଏମଭ- ୪୪ ଗାଁର ବାସୁଦେବ ବାଲାଙ୍କ ୧୪ ବର୍ଷୀୟ ଝିଅ ଗତ କିଛି ଦିନ ଧରି ଜ୍ବର ଆକ୍ରାନ୍ତ ହୋଇଥିଲା । ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ଫାର୍ମାସିଷ୍ଟ ସନ୍ଦିପ ବେହେରାଙ୍କ ଘରେ ଚିକିତ୍ସିତ ହେଉଥିଲେ । ହେଲେ ବୁଧବାର ରାତିରେ ଝିଅଟିର ସ୍ବାସ୍ଥ୍ୟ ଅବସ୍ଥା ବିଗିଡିଥିଲା । ପରିବାର ଲୋକେ ଝିଅଟିକୁ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଝିଅଟିର ମୃତ୍ୟୁ ହୋଇଛି ।
ଫାର୍ମାସିଷ୍ଟଙ୍କ ଭୁଲ ଚିକିତ୍ସା ଯୋଗୁଁ ଝିଅଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଗାଁ ଲୋକେ ତାଙ୍କୁ ଟାଣି ଟାଣି ଡାକ୍ତରଖାନାରୁ ଥାନାକୁ ନେଇଥିଲେ । ଏମିତି କି ରାସ୍ତାରେ ଗାଁ ଲୋକେ ଫାର୍ମାସିଷ୍ଟଙ୍କୁ ମାରପିଟ୍ ମଧ୍ୟ କରିଥିଲେ। ଉଭୟ ଗାଁ ଲୋକେ ଓ ଫାର୍ମାଶିଷ୍ଟ ଥାନାରେ ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com