ଓଡ଼ିଶା

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ପ୍ରଶାସନ ପକ୍ଷରୁବେଆଇନ ନିର୍ମାଣକୁ ବିରୋଧ, ଶ୍ରୀମନ୍ଦିର ସୁରକ୍ଷା ଦାବିରେ ଆନ୍ଦୋଳନ

ପୁରୀ() ମନ୍ଦିରଚାରିପଟେ ବେଆଇନି ନିର୍ମାଣ ଜାରି ରହିଥିବାରୁ ଗତ କାଲି ଏତଲା ପରେ ଆଜି ଓକିଲ ସଙ୍ଘ ର କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ପ୍ରତିବାଦ ଓକିଲ ସଙ୍ଘ କାର୍ଯ୍ୟାଳୟ ସମ୍ମୁଖ ରେ ଅନୁଷ୍ଠିତ ହୋଇଯାଇଛି l

ଶ୍ରୀକ୍ଷେତ୍ର ହେବ ବିଶ୍ବ ଐତିହ୍ୟ ସହର। ଦେଶର ଅନ୍ୟାନ୍ୟା ଧାର୍ମିକ ପୀଠ ଅପେକ୍ଷା ପୁରୀ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତ ତଥା ତୀର୍ଥଯାତ୍ରୀ ମାନେ ପାଇବେ ସ୍ବତନ୍ତ୍ର ବ୍ୟବସ୍ଥା। ଗତବର୍ଷ ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

ଆଗାମୀ ଦେଢବର୍ଷ ଭିତରେ ଏହି କାର୍ଯ୍ୟ ସାରିବା ପାଇଁ ଲକ୍ଷ ରଖାଯାଇଥିବା ବେଳେ ୩୩୧ କୋଟି ୨୮ ଲକ୍ଷ ଟଙ୍କାର ଟେଣ୍ତର ହୋଇଛି। ଟାଟା ପ୍ରୋଜେକ୍ଟ ଏହି କାର୍ଯ୍ୟର ଦାୟିତ୍ବ ନେଇଥିବା ବେଳେ ପ୍ରଥମେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵର ସୌନ୍ଦର୍ଯ୍ୟକରଣ ସହ ପରିକ୍ରମା ମାର୍ଗର କାର୍ଯ୍ୟ ଆରମ୍ଭ ହୋଇଛି।

ତେବେ ଶ୍ରୀମନ୍ଦିର ୧00 ମିଟର ପରିଧି ମଧ୍ୟରେ ବେଆଇନ ନିର୍ମାଣ ପ୍ରସଙ୍ଗ ନେଇ ଆଜି ଓକିଲ ସଂଘର କର୍ମକର୍ତା ମାନେ କଳାବ୍ୟାଚ ପରିଧାନ କରି ଦିନିକିଆ ଧର୍ମଘଟ କରିଛନ୍ତି l ପୂର୍ବରୁ ସିଂହଦ୍ୱାର,ପଶ୍ଚିମ ଦ୍ଵାର ଓ ଦକ୍ଷିଣ ଦ୍ଵାରରେ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି।ଯାତ୍ରୀଙ୍କ ପାଇଁ ଶୌଚାଳୟ, କ୍ଲୋକ ରୁମ୍, ଫାଷ୍ଟ ଏଡ ପାଇଁ ୧୦ରୁ ୨୦ଫୁଟ ଖୋଳି ସ୍ଥାୟୀ ନିର୍ମାଣ କରିବା ବେଆଇନ ବୋଲି ଜିଲ୍ଲା ଓକିଲ ସଂଘ କହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com