ଓଡ଼ିଶା

ରାଜଧାନୀ ରାଜପଥ ପାଲଟିଛି ଡେଥ୍‌ସ୍ପଟ୍, ଦିନକୁ ଯାଉଛି ୧୫ ଜୀବନ

ଭୁବନେଶ୍ୱର() ରାଜଧାନୀରେ ବଢି ଚାଲିଛି ଦୁର୍ଘଟଣାଜନିତ ମୃତ୍ୟୁ ଜନିତ ସଂଖ୍ୟା। ୨୦୨୧ରେ ରାଜଧାନୀରେ ପ୍ରତିଦିନ ୧୫ ଜଣଙ୍କ ଜୀବନ ଯାଉଛି। କମିଶନରେଟ୍‌ ପୁଲିସ ପକ୍ଷରୁ ଏହି  ସୂଚନା ଦିଆଯାଇଛି।

କମିଶନରେଟ୍‌ ପୁଲିସର ସୂଚନା ଅନୁସାରେ, ୨୦୨୧ରେ ଭୁବନେଶ୍ୱରରେ ମୋଟ ୫୯୨ଟି ସଡକ ଦୁର୍ଘଟଣା ଘଟିଥିଲା। ଏଥିରେ ୧୮୦ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୨୦ରେ ୯ହଜାର ୮୧୭ଟି ଦୁର୍ଘଟଣା ଘଟିଥିଲା। ଏଥିରେ ୪ ହଜାର ୭୩୮ଜଣଙ୍କ ଜୀବନ ଯାଇଥିଲା।   ୨୦୨୦ରେ ଦିନକୁ ୨୭ଟି ଦୁର୍ଘଟଣା ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା ଥିଲା ୧୩ ଥିଲା।

ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ରାଜଧାନୀର ବିଭିନ୍ନ ଛକରେ ଏକାଧିକ ଦୁର୍ଘଟଣାରେ ଲୋକଙ୍କ ଯାଇଛି ଜୀବନ। ଭୁବନେଶ୍ୱରରେ ଜନବହୁଳ ଛକ ଗୁଡିକରେ ଫୁଟ୍ ଓଭର ବ୍ରିଜ ନଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି। ଫୁଟ ଓଭର ବ୍ରିଜ ନିର୍ମାଣ ସହ ଭାରି ଯାନ ଗୁଡିକର ଗତି ଉପରେ ମଧ୍ୟ ପୁଲିସ ନଜର ରଖିବାକୁ ଦାବି ହୋଇଛି।

ରାଜଧାନୀ ଭୁବନେଶ୍ୱରରେ ଦୁର୍ଘଟଣାପ୍ରବଳ ସ୍ଥଳକୁ ବ୍ଲାକ ସ୍ପଟ୍ ଭାବେ ଚିହ୍ନଟ କରିଛି କମିଶନରେଟ ପୁଲିସ। ଏହିସବୁ ସ୍ଥାନରେ ଆଚାର୍ଯ୍ୟ ବିହାର,ପଳାଶୁଣି ଛକ,ପାହାଳ,ଆଇଗିଣିଆ,ନୟାପଲ୍ଲୀ ଓ ଖଣ୍ଡଗିରି ଛକ।

Related Articles

Back to top button
WP Twitter Auto Publish Powered By : XYZScripts.com