ଓଡ଼ିଶା

୨ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କଲା କଣାସ ପୋଲିସ

ପୁରୀ() ଦୁଇଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି କଣାସ ପୁଲିସ | ଏହି ଦୁଇ ଜଣ ବେପାରୀ ହେଉଛନ୍ତି ଖୋର୍ଦ୍ଧା ମୁକ୍ତାପୁରର ମହେନ୍ଦ୍ର ବେହେରା ଓ  ଖୋର୍ଦ୍ଧା ବେଗୁନିଆର ଶିଶିର ମହାନ୍ତି | ପୁଲିସ ଏମାନଙ୍କ ନିକଟରୁ ୧୦୮ ଗ୍ରାମ ଧଳା ଜହର ସହ ୯ ହଜାର ଟଙ୍କା, ୨ଟି ମୋବାଇଲ ଫୋନ, ଗୋଟିଏ ବାଇକ ଜବତ କରିଛି |

ସୂଚନା ଥାଉ କି ଏମାନେ ବହୁଦିନ ଧରି ବ୍ରାଉନସୁଗାର ବେପାର କରୁଥିବାବେଳେ ପୁଲିସ ଏମାନଙ୍କ ଉପରେ ନଜର ରଖିଥିଲା | ଗତକାଲି ଏମାନେ ଦୟାବ୍ରିଜ ନିକଟରେ ଗରାଖଙ୍କ ଅପେକ୍ଷାରେ ଥିବାବେଳେ କଣାସ ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରିଥିଲା | ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି |

Related Articles

Back to top button
WP Twitter Auto Publish Powered By : XYZScripts.com