ଓଡ଼ିଶା

ପୁରୀ ରାଜକୁମାରୀ ଦେବେଶୀଙ୍କ ବିବାହ, ଗୁରୁଗାଓଁ ନିବାସୀ ରାଜୀବ କେହେରୀଙ୍କ ସହ ଭୁବନେଶ୍ୱରରେ ପଡିବ ହାତଗଣ୍ଠି

ପୁରୀ() ପୁରୀ ଗଜପତି ମହାରାଜା ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଦିବ୍ୟସିଂହ ଦେବଙ୍କ କନ୍ୟା ରାଜକୁମାରୀ ଦେବେଶୀ ହରିଆନାର ଗୁରୁଗାଓଁ ନିବାସୀ ରାଜୀବ କେହେରୀଙ୍କ ପୁଅ କୁମାର ଆଦିତ୍ୟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ । ପଶ୍ଚିମବଙ୍ଗ ବର୍ଦ୍ଧମାନର ମୂଳ ନିବାସୀ ବରପକ୍ଷ ପରିବାର ବର୍ତ୍ତମାନ ହରିଆନାର ଗୁରୁଗାଓଁରେ ରହୁଛନ୍ତି । ଫେବ୍ରୁଆରି ୯ ଅର୍ଥାତ୍ ଆଜି ବିବାହ ଅନୁଷ୍ଠିତ ହେବ ।

କରେନା କଟକଣା ଯୋଗୁ ନିରାଡ଼ମ୍ବର ସହକାରେ ବିବାହ ଉତ୍ସବ ହେବ । ବିବାହ ଉତ୍ସବକୁ ବଛା ବଛା ମାନ୍ୟଗଣ ଅତିଥିଙ୍କୁ ନିମନ୍ତ୍ରଣ କରାଯିବ । ଭୁବନେଶ୍ୱରର ମେ’ ଫେୟାର ହୋଟେଲରେ ରାଜକୁମାରୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ବିବାହ ଉତ୍ସବର ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାର ଶ୍ରୀନଅର ସୂତ୍ରରୁ ଜଣାପଡ଼ିଛି । ସେହିଦିନ ହିଁ ପୁରୀ ଶ୍ରୀନଅର ଠାରେ କୋଭିଡ୍‌ ମାର୍ଗଦର୍ଶିକା ପାଳନ ସହ ସୀମିତ ସେବକ ତଥା ଅତିଥିଙ୍କ ଏକ ଆଶୀର୍ବାଦ ସମାବେଶ ହେବ ବୋଲି ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com