ଓଡ଼ିଶା

ଭୋଜି କରିବାକୁ ଯାଇଥିଲେ, ଗାଁ ପଡିଆରୁ ମିଳିଲା ମୃତଦେହ

ଫୁଲବାଣୀ: ପଡିଆରେ ପଡିଛି ମୃତଦେହ । ମୃତକଙ୍କ ନାମ ଜଳେଶ୍ୱର ପ୍ରଧାନ ବୋଲି ଜଣାପଡିଛି । କନ୍ଧମାଳ ଜିଲ୍ଲା ବାଲୁପାଙ୍ଗ ଗାଁରେ ଥିବା ଏକ ପଡିଆରୁ ଜଳେଶ୍ୱରଙ୍କ ମୃତଦେହ ଠାବ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଶନିବାର ଜଳେଶ୍ୱର ପ୍ରଧାନ ଓ କିଛି ବ୍ୟକ୍ତି ଦାରିଙ୍ଗବାଡି ପାଖ ପକାରୀ ଗାଁକୁ ଭୋଜି ଖାଇବାକୁ ଯାଇଥିଲା । କିନ୍ତୁ ସେଠାରୁ ଆଉ ସେ ଘରକୁ ଫେରିନଥିଲେ । ବିଳମ୍ବିତ ରାତି ଯାଏଁ ଘରକୁ ନେଫରିବା ଦେଖି, ପରିବାର ଲୋକ ବହୁତ ବ୍ୟସ୍ତ ହୋଇଥିଲେ । ଏପିରିକି ବିଭିନ୍ନ ସ୍ଥାନରେ ମଧ୍ୟ ଖୋଜାଖୋଜି କରିଥିଲେ । ସକାଳ ସମୟରେ ଘର ପାଖରେ ଥିବା ଖୋଲା ପଡିଆରୁ ଜଳେଶ୍ୱରଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ପରେ ଜି. ଉଦୟଗିରି ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଲତାଡ଼  ଆରମ୍ଭ କରିଛି । ଜଳେଶ୍ୱର ବିବାହିତ, ତାଙ୍କର ଚାରୋଟି ପୁଅ-ଝିଅ ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com