ଓଡ଼ିଶା

ଶୁକ୍ରବାରଠୁ ୧୮ ରୁ ୫୯ ବର୍ଗର ଲୋକଙ୍କୁ ମାଗଣା ଟିକାକରଣ : ବିଜୟ ପାଣିଗ୍ରାହୀ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ବଢୁଛି । ସମସ୍ତ ବର୍ଗର ଲୋକଙ୍କ ଟୀକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ୧୨ରୁ ୧୪ ବର୍ଷ ମଧ୍ୟରେ ୯୮ ପ୍ରଥମ ଡୋଜ ନେଇଥିବା ବେଳେ ୨ୟ ଡୋଜ୍‌ ୭୨ ପ୍ରତିଶତ ନେଇସାରିଛନ୍ତି । ସେହିପରି ୧୫ରୁ ୧୭ ବର୍ଷ ମଧ୍ୟରେ ପ୍ରଥମ ଡୋଜ ୯୨ ପ୍ରତିଶତ ନେଇଥିବା ବେଳେ ୮୨ ପ୍ରତିଶତ ୨ୟ ଡୋଜ୍‌ ନେଇସାରିଛନ୍ତି । ଆଉ ୧୮ ବର୍ଷରୁ ଅଧିକ ଲୋକଙ୍କୁ ୯୬ ପ୍ରତିଶତ ପ୍ରଥମ ଡୋଜ୍‌ ନେଇଥିବା ବେଳେ ୨ ୟ ଡୋଜ୍‌ ୯୦ ପ୍ରତିଶତ ଲୋକଙ୍କୁ ଦିଆସାରିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ପ୍ରିକସନ ଡୋଜ୍ ଉପରେ ଅଧିକ ଗୁରୁ୍ୱ ଦିଆଯାଉଛି। କରୋନା ଯୋଦ୍ଧା, ସମ୍ମୁଖ ଧାଡିର ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀ ଓ ୬୦ ବର୍ଷର ଅଧିକ ଲୋକମାନଙ୍କୁ ୨୮ ପ୍ରତିଶତ ଟୀକାକରଣ କରାଯାଇଛି। ଶୁକ୍ରବାରଠୁ ୧୮ ରୁ ୫୯ ବର୍ଷର ନାଗରିକ ମାନଙ୍କର ପ୍ରିକ୍ସନ ଡୋଜ ମାଗଣାରେ ଦିଆଯିବ। ଏହା ୭୫ ଦିନ ପର୍ଯ୍ୟନ୍ତ ମାଗଣାରେ ଟୀକାକରଣ ଚାଲିବ। ରାଜ୍ୟରେ ପାଖାପାଖି ୩୦୦୦ଟି ସରକାରୀ ଟୀକାକରଣ କେନ୍ଦ୍ର ରହିଛି। ସେଠି ମାଗଣାରେ ଟୀକାକରଣ ହେବ । ପର୍ଯ୍ୟାପ୍ତ ପରିମାଣରେ ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି। ଯଦି ମାଗଣାରେ ଏଭଳି ଟୀକାକରଣ ଦିଆଯିବ । ତେବେ ରାଜ୍ୟରେ ସେତିକି ପରିମାଣରେ ଟିକା ନାହିଁ । ଆହୁରି ଟିକାର ଆବଶ୍ୟକ ପଡ଼ିବ।

ତେବେ ଏହି ବର୍ଗର ଲୋକ ଅଛନ୍ତି ୨ କୋଟି ୬୫ ଲକ୍ଷ ୮୫ ହାଜର ହିତାଧିକାରୀ ଅଛନ୍ତି। ସେଥିମଧ୍ୟରୁ ମାତ୍ର ୧ ଲକ୍ଷ ୫୦ ହାଜର ହିତାଧିକାରୀ ବୁଷ୍ଟର

ଡୋଜ ନେଇଛନ୍ତି। ଅର୍ଥାତ ୯୯% ଆହୁରି ଟିକା ନେଇନାହାନ୍ତି। ଏହି ଟୀକାକରଣ ପାଇଁ ଉଭୟ ବ୍ୟବସ୍ଥା କରାଯାଇଛି। ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଟୀକାକରଣ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗକୁ କୌନସି ଲିଖିତ ଭାବରେ ନିର୍ଦ୍ଦେଶ ଆସିନାହିଁ। ଆଜି କେନ୍ଦ୍ର ସହିତ ବୈଠକ ରହିଛି । ବୈଠକରେ  ଆସନ୍ତାକାଲି ମାଗଣା ଟୀକାକରଣ ନେଇ ହେବ ଆଲୋଚନା।

Related Articles

Back to top button
WP Twitter Auto Publish Powered By : XYZScripts.com