ଓଡ଼ିଶା

ହୁତୁ ହୁତୁ ହୋଇ ଜଳୁଛି ତେଲକୋଇ ବନାଞ୍ଚଳ, ସଙ୍କଟରେ ବନ୍ୟଜନ୍ତୁ

ତେଲକୋଇ() ମାର୍ଚ୍ଚ ମାସ ଆରମ୍ଭରୁ ନିଆଁର ଆଁ ଭିତରେ ତେଲକୋଇ ବନାଞ୍ଚଳ। ଜଳୁଛି ଜଙ୍ଗଲ ଆଉ ସଙ୍କଟରେ ବନ୍ୟଜନ୍ତୁ । ତେଲକୋଇ ରେଞ୍ଜ ଅଧିନ କରଦାଙ୍ଗି ପଞ୍ଚାୟତ ଶ୍ରୀଧରପୁର ଗାଁ ନିକଟ ମାଙ୍କଡଚୁଆ ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ । ହୁତୁ ହୁତୁ ହୋଇ ଜଳୁଛି ଏକର ଏକର ଜଙ୍ଗଲ ।

ଜଙ୍ଗଲ ନିଆଁ ରେ ମୂଲ୍ୟବାନ ଗଛଲତା ଜଳିଯିବା ସହ ଔଷଧିୟ ଗୁଳ୍ମ ମଧ୍ୟ ନଷ୍ଟ ହୋଇଗଲାଣି । ସେପଟେ ବନ୍ୟଯନ୍ତୁ ମଧ୍ୟ ସଂଙ୍କଟରେ । ଜଙ୍ଗଲରେ ଥିବା ବାରାହା୍, କୁଟୁରା ସମ୍ବର, ହରିଣ ଆଦି ବନ୍ୟଜନ୍ତୁ ବାସସ୍ଥାନ ହରାଇ ଗାଁ ମୁହାଁ ହୋଇ ଶିକାରୀ କୁକୁରଙ୍କ ହାବୁଡରେ ପଡୁଛନ୍ତି । ନହେଲେ ଭୟରେ ଗାଁ ଭିତରେ ଥିବା କୁଅରେ ପଡି ମୃତ୍ୟୁ ବରଣ କରୁଛନ୍ତି ।

ନିଆଁକୁ ଆୟତ୍ତ କରିବା ପାଇଁ ବନବିଭାଗର ଉଦ୍ୟମ ଜାରି ରହିଛି ।ତେଲକୋଇ ରେଞ୍ଜରେ ୩୦ ଜଣ ଫାୟାର ସ୍କ୍ବାର୍ଡ ଙ୍କୁ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହୋଇପାରୁନାହିଁ । ଯାହାଫଳରେ ନିଆଁକୁ ଆୟତ୍ତ କରିବା ସମ୍ଭବ ହେଉନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com