ଓଡ଼ିଶା

କନ୍ଧମାଳରେ ପୁଣି ମାତିଲେ ଲାଲବାହିନୀ : ପୋଡିଦେଲେ ଠିକା କମ୍ପାନୀର ଜେସିବି ଓ ଟ୍ରାକ୍ଟର

ଫୁଲବାଣୀ ୮।୨: ପୁଣି କିଛି ଦିନ ବ୍ୟବଧାନ ପରେ କନ୍ଧମାଳରେ ନିଜର ସ୍ଥିତି ଜାହିର କଲେ ମାଓବାଦୀ । ସୋମବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କିଆମୁଣ୍ଡା ଗ୍ରାମରେ ରାସ୍ତା କାମରେ ଲାଗିଥିବା ଜେସିବି ଓ ଟ୍ରାକ୍ଟରକୁ ପୋଡିଦେଇଛନ୍ତି ମାଓବାଦୀ । ମାଶ୍ରୀପଡାଠାରୁ କରାଣ୍ଡିବାଲି  ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମରେ ଲାଗିଥିଲା ଏହି ଜେସିବି ।

ତ୍ରିଶକ୍ତି ଠିକାଦାର ସଂସ୍ଥା ଏହି କାର୍ଯ୍ୟ କରୁଥିବା ଜଣାପଡିଛି । ମାଓବାଦୀମାନେ ସେଠାରେ ପୋଷ୍ଟର ଓ ବ୍ୟାନର ମଧ୍ୟ ଲଗାଇଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ । ମାଓବାଦୀଙ୍କ ଏଭଳି କାଣ୍ଡ ଯୋଗୁଁ ଲୋକେ ଭୟଭୀତ ହୋଇପଡିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚିନାହିଁ ଏଯାଏଁ ।

Related Articles

Back to top button
WP Twitter Auto Publish Powered By : XYZScripts.com