Breaking NewsFeaturedଓଡ଼ିଶାଜାତୀୟ

୧୮ରେ ବଙ୍ଗୋପ ସାଗରରେ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣି ବଳୟ! ପ୍ରବଳ ବର୍ଷିବ…

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ରାଜ୍ୟରେ ଆଗକୁ ଆସୁଛି ବଡ଼ ବର୍ଷା । ପ୍ରବଳ ବର୍ଷା ପାଇଁ ସବୁ ସବୁ ଜିଲ୍ଲାପାଳ ଏବଂ ପୌର କମିଶନରଙ୍କୁ ସତର୍କ କରାଇଲେ ଏସଆରସି । ୧୪ ତାରିଖଠୁ ୧୯ ତାରିଖ ଯାଏ ପ୍ରବଳ ବର୍ଷା ନେଇ ଆଇଏମଡିର ଆକଳନ ପରେ ଆଞ୍ଚଳିକ ପାଣିପାଗ ବିଭାଗ ଏହି ସତର୍କତା ଜାରି କରିଛି । ସେହିପରି ସହରର ତଳିଆ ଅଞ୍ଚଳରେ ପାଣି ଜମିଲେ ଲୋକଙ୍କୁ ସ୍ତାନାନ୍ତର କରିବା ସହ ପମ୍ପ ଲଗାଇ ବର୍ଷା ଜଳ ନିଷ୍କାସନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ବଳ ନଦୀବନ୍ଧ, କେନାଲ ଉପରେ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ବର୍ଷା ପାଣି ଯେମିତି ନ ଜମେ ଜଳ ଏନେଇ ଡ୍ରେନ ଗୁଡିକୁ ସଫା ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ଲାଗି ରହିବା ଯୋଗୁଁ ଟ୍ରାଫିକ ଜନିତ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି । ଜଳମଗ୍ନ ଯାନବାହାନ ଚଳାଚଳ ଯେପରି ସୁରୁଖୁରୁ ଭାବେ ହୋଇପାରିବ ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି । ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିବା ନେଇ ଆସଙ୍କା ଥିବାରୁ ହେଡକ୍ୱାଟର୍ସ ନ ଛାଡିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଯେ କୌଣସି ସ୍ତିତିର ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି ।

ଶନିବାର ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ ଘଡି ସହ ଝିପି ଝିପି ବର୍ଷା ଲାଗି ରହିଛି । ତେବେ ଆଗକୁ ବର୍ଷାର ପରିମାଣ ବଢିବ । ହେଲେ ବର୍ଷା ଯୋଗୁଁ କଟକ ଏବଂ ଭୁବନେଶ୍ୱର ସ୍ଥିତି ବେହାଲ ହୋଇପଡିଛି । ଫଳରେ ଟ୍ୱିନ ସିଟିରେ ଉପୁଜିଛି ସହରୀ ବନ୍ୟା । ଏପରିକି ଲକ୍ଷ୍ମୀସାଗର ଅଞ୍ଚଳର ଅନେକ ଘରେ ପଶିଛି ଡ୍ରେନ୍ ପାଣି । ଶନିବାର ବର୍ଷା ପାଇଁ ୧୪ ଟି ଜିଲ୍ଲା କଟକ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଦେବଗଡ, ବରଗଡ, ସୁନ୍ଦରଗଡ, ବୌଦ୍ଧ ଏବଂ ସମ୍ବଲପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଘୂର୍ଣ୍ଣିବଳୟ । ୧୮ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com