Featuredଜାତୀୟ

ଜମ୍ମୁ-କଶ୍ମୀରରେ ପୁଣି ଗୁଳିମାଡର ଶିକାର ହେଲେ କଶ୍ମୀର ପଣ୍ଡିତ

ରବିବାର ଦିନ ଆତଙ୍କବାଦୀମାନେ କାଶ୍ମୀରର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତ ପଣ୍ଡିତ ହେଲେ ସଞ୍ଜୟ ଶର୍ମା । ତାଙ୍କ ଉପରକୁ ଗୁଳି ଚଳାଇ ଆତଙ୍କବାଦୀମାନେ ସେଠାରୁ ଫେରାର ହୋଇଯାଇଥିଲେ । ସଞ୍ଜୟ ଶର୍ମାଙ୍କୁ ଶୀଘ୍ର ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେ ଆହତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସୂଚନାନୁସାରେ, ପୁଲୱାମାର ଆଚାନ ଅଞ୍ଚଳର ବାସିନ୍ଦା ସଞ୍ଜୟ ଶର୍ମା କୌଣସି କାମ ପାଇଁ ରବିବାର ବଜାରକୁ ଯାଇଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ପୋଲିସ ଏବଂ ସୁରକ୍ଷା ବାହିନୀ ସ୍ଥାନୀୟ ଅଞ୍ଚଳକୁ ଘେରି ରହିଛନ୍ତି। ଆତଙ୍କବାଦୀଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ୍ ଚାଲିଛି।

Related Articles

Back to top button
WP Twitter Auto Publish Powered By : XYZScripts.com