Featuredଓଡ଼ିଶା

ଫ୍ଲାଏଓଭର ବ୍ରିଜରୁ ତଳକୁ ଖସିପଡ଼ିଲେ ଛାତ୍ର, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର: ଫ୍ଲାଏଓଭର ବ୍ରିଜରୁ ତଳକୁ ଖସିପଡ଼ିଲେ ଛାତ୍ର । ସମ୍ବଲପୁର ଜିଲ୍ଲା ଲକ୍ଷ୍ମୀ ଟକିଜ ଛକରେ ଜଣେ ସ୍କୁଲ ଛାତ୍ର ଫ୍ଲାଏଓଭର ବ୍ରିଜରୁ ଖସି ପଡିଥିବା ଜଣାପଡିଛି । ଛାତ୍ର ଜଣକ ଫ୍ଲାଏଓଭର ଊପରୁ ତଳକୁ ଦେଖୁଥିବା ବେଳେ ତଳକୁ ଖସି ପଡ଼ିଥିଲେ । ୫୦ ଫୁଟ ଉପରୁ ଛାତ୍ର ଜଣକ ପଡିଥିଵାରୁ ତାଙ୍କ ମୁହଁ ଓ ଛାତିରେ ଗୁରୁତର ଆଘାତ ଲାଗିଛି । ତେବେ କିଛି ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ଛାତ୍ରକୁ ଉଦ୍ଧାର କରି ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଭୀମସାର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତ ଛାତ୍ର ଜଣକ ସମ୍ବଲପୁର ସାକ୍ଷୀପଡ଼ା ସ୍ଥିତ ଏକ ଘରୋଇ ସ୍କୁଲର ଦଶମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com