ଓଡ଼ିଶା

ନବ ଉତ୍କଳ ମହିଳା ସମିତି ପକ୍ଷରୁ ଗଣ ବିବାହ କାର୍ଯ୍ୟକ୍ରମ ଆୟୋଜନ, ବିବାହ ବନ୍ଧନରେ ବାନ୍ଧି ହେଲେ ୫ ଯୋଡ଼ା ପୁଅ-ଝିଅ

ଯାଜପୁର() ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ମହିଳା ଦିବସ। ଏହି ଅବସରରେ ଦେଶ ବିଦେଶରେ ଆୟୋଜିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ । ଯାଜପୁର ଜିଲ୍ଲା ବ୍ୟାସନଗରର ଅଗ୍ରଣୀ ମହିଳା ଅନୁଷ୍ଠାନ ନବ ଉତ୍କଳ ମହିଳା ସମିତି ପକ୍ଷରୁ ଆଜିର ଦିନରେ ଏକ ଗଣ ବିବାହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପ୍ରତିବର୍ଷ ଏଭଳି ଗଣ ବିବାହ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଏହି ସଂଗଠନ। ଆର୍ଥିକ ଦୁର୍ବଳ ଥିବା ବର କନ୍ୟା ମାନଙ୍କର ବିବାହ କରି ଏକ ନୂତନ ବାର୍ତ୍ତା ଦେଇଛି ଏହି ସଂଗଠନ। ସମସ୍ତ ହିନ୍ଦୁ ରୀତିନୀତି ଅନୁଯାଇ ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ ସ୍ଥିତ ପାଦୁକାଶ୍ରମରେ ୫ ଯୋଡ଼ା ଗରିବ ପୁଅ ଝିଅଙ୍କର ବାହାଘର କରାଯାଇଛି।

ହିନ୍ଦୁଶାସ୍ତ୍ରରେ ବିବାହକୁ ଏକ ପବିତ୍ର ବନ୍ଧନର ଆଖ୍ୟା ଦିଆଯାଇଥିବା ବେଳେ ଏଥରୁ ବଞ୍ଚିତ ରହିଯାଇଥିବା ଯୁବ ପୀଢ଼ିଙ୍କୁ ହିନ୍ଦୁ ରୀତିନୀତି ସହ ବିବାହ କରାଇବାର ଲକ୍ଷ ନେଇ ମହିଳା ସଙ୍ଗଠନ ପ୍ରତିବର୍ଷ ଏଭଳି ବର କନ୍ୟାଙ୍କର ବିବାହ ସମ୍ପନ୍ନ କରୁଛି । ଚଳିତ ବର୍ଷ ୫ ଯୋଡି ବରକନ୍ୟା ଯୋଡିଙ୍କର ବିବାହ କରାଯାଇଛି।  ଭୋଜିଭାତ ସାଙ୍ଗକୁ ଅନ୍ୟ ସମସ୍ତ ପାରମ୍ପରିକ କାର୍ଯ୍ୟ ପାଳନ କରାଯାଇ ବୈଦିକ ରୀତିରେ ଏହି ବିବାହ କରାଯାଇଛି। ହାତଗଣ୍ଠି ପକାଇ ବ୍ରାହ୍ମଣ ନବ ଯୋଡ଼ିଙ୍କ ବିବାହ ସମ୍ପନ୍ନ କରିବା ପରେ ଉପସ୍ଥିତ ବର ପକ୍ଷ ଓ କନ୍ୟାପକ୍ଷ ସେମାନଙ୍କୁ ଆଶୀର୍ବାଦ ମଧ୍ୟ ଦେଇଛନ୍ତି । ଏହା ସହିତ ସଙ୍ଗଠନ ପକ୍ଷରୁ ବରଯାତ୍ରୀ ଓ ନିମନ୍ତ୍ରିତ ଅତିଥିଙ୍କ ପାଇଁ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com