ଜାତୀୟ

ବେଦାନ୍ତର ହିନ୍ଦୁସ୍ଥାନ ଜିଙ୍କ୍‌ ଉପରେ ଲାଗିଲା ୨୫ କୋଟିର ଜୋରିମାନା

ନୂଆଦିଲ୍ଲୀ: ପରିବେଶ ସୁରକ୍ଷା ସମ୍ପର୍କିତ ନିୟମ ଭାଙ୍ଗିଥିବାରୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ବେଦାନ୍ତ ଗ୍ରୁପ୍‌ କମ୍ପାନୀ ହିନ୍ଦୁସ୍ଥାନ ଜିଙ୍କ ଲିଃ ଉପରେ ୨୫ କୋଟି ଟଙ୍କାର ଜୋରିମାନା ଲାଗୁ କରିଛନ୍ତି। ହିନ୍ଦୁସ୍ତାନ ଜିଙ୍କ ଲିଃ ରାଜସ୍ଥାନର ଭିଲୱାରା ଜିଲ୍ଲାରେ ତା’ର ପ୍ରତିଷ୍ଠାନ ଖୋଲିଛି। ଏଠାରେ କମ୍ପାନୀ ପ୍ରାୟ ୧୨୦୦ ହେକ୍ଟର ଅଞ୍ଚଳରେ ଜିଙ୍କ ଓ ଏହା ସହ ଜଡ଼ିତ ସାମଗ୍ରୀ ଖନନ କରୁଥିଲେ ମଧ୍ୟ ମଧ୍ୟ ପରିବେଶ ସୁରକ୍ଷା ପାଇଁ ଜାରି ନିୟମକୁ ଉଲ୍ଲଙ୍ଘନ କରୁଛି। ଏଥିପାଇଁ ଏନଜିଟି ଏପରି ଦଣ୍ଡବିଧାନ କରିଛନ୍ତି।

ଏନଜିଟି କହିଛନ୍ତି, ଏତେ ବଡ଼ ନିୟମ ଉଲ୍ଲଙ୍ଘନକାରୀ ଓ ଗାଁର ଗରୀବ ପୀଡ଼ିତଙ୍କ ଦୃଷ୍ଟିକୋଣରୁ ପରିବେଶ ନିୟମ ଉଲ୍ଲଙ୍ଘନ ଘଟଣାକୁ କେବେ ହେଲେ ହାଲୁକା ଭାବେ ନିଆଯାଇ ପାରିବ ନାହିଁ। ନିୟମ ଉଲ୍ଲଙ୍ଘନ ଯୋଗୁ କେତେ ଜଣ ପ୍ରଭାବିତ ହୋଇଛନ୍ତି ତାହା ସଂଖ୍ୟାରେ କହିହେବନି। କାରଣ ବହେରୁଖେରା, ଅଗୁଚା, ପାରାସରମପୁରା, କଲ୍ୟାଣପୁର, କୋଟିୟା, ବାଲାପୁରା ଭଳି ୬ରୁ ଅଧିକ ପଞ୍ଚାୟତ ଓ ହୁରଦା ବ୍ଲକର ଅନ୍ୟମାନେ ମଧ୍ୟ ପରିବେଶ ନିୟମ ଉଲ୍ଲଙ୍ଘନ ଯୋଗୁ ପ୍ରଭାବିତ ହୋଇଛନ୍ତି।

ଏଥିପାଇଁ କମ୍ପାନୀ ଉପରେ ପୂର୍ବ ଭୁଲ ପାଇଁ ମାମଲା ହେବା ସହ କ୍ଷତିପୂରଣ ଦେବାକୁ କୁହାଯାଇଛି। କମ୍ପାନୀ ନିର୍ଦ୍ଦେଶ ଅନୁଯାୟୀ କ୍ଷତିପୂରଣ ଦେବେ ଓ କମିଟିର ପ୍ରସ୍ତାବ ଅନୁସାରେ କାର୍ଯ୍ୟ କରିବେ ବୋଲି ଏନଜିଟି କହିଛନ୍ତି।

ଏନଜିଟି ଅଧ୍ୟକ୍ଷ ଜଷ୍ଟିସ ଏକେ ଗୋଏଲ କହିଛନ୍ତି, ସବୁ କଥାକୁ ବିଚାର କରି କମ୍ପାନୀକୁ ୨୫ କୋଟି ଟଙ୍କା ଜୋରିମାନା ଦାଖଲ କରିବାକୁ କୁହାଯାଇଛି। ୩ ମାସ ମଧ୍ୟରେ ଭିଲୱାରା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ କମ୍ପାନୀ ଏହି ଜୋରିମାନା ଦାଖଲ କରିବ। ଏଥିସହ ଜଷ୍ଟିସ ଗୋଏଲ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜ୍ୟ ପ୍ରଦୂଷଣ ବୋର୍ଡ ଓ ଭିଲୱାରା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଉକ୍ତ ଅଞ୍ଚଳର ମାଟି ଓ ଭୂତଳ ଜଳର ଗୁଣବତ୍ତା ବୃଦ୍ଧି କରିବା ପାଇଁ ବିଶେଷଜ୍ଞ ପରାମର୍ଶ ନେବାକୁ କହିଛନ୍ତି। ଏହା ସ୍ଥାନୀୟ ଅଞ୍ଚଳରେ ରହୁଥିବା ଲୋକ ଓ ପଶୁପକ୍ଷୀଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟାବସ୍ଥା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ମଧ୍ୟ କହିଛନ୍ତି।

ଏନଜିଟିଙ୍କ ନିର୍ଦ୍ଦେଶ ପରେ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେ ବାବଦରେ ଭିଲୱାରା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ୱେବସାଇଟରେ ଉପଲବ୍ଧ ହେବ। ଜିଲ୍ଲା ମାଜିଷ୍ଟ୍ରେଟ ଓ ପିପି ପକ୍ଷରୁ ସଚେତନତା ଗ୍ରୁପ ମିଳିତ ଭାବେ ପ୍ରତିଷ୍ଠା ହେବ। କମ୍ପାନୀ ଦେବାକୁ ଥିବା ଜୋରିମାନା ଅର୍ଥ ବର୍ଷକ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ଉତ୍ତମ ପରିବେଶ ପାଇଁ ଖର୍ଚ୍ଚ ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com