ଜାତୀୟମନୋରଞ୍ଜନ

ସାମ୍ବାଦିକଙ୍କୁ ଜନ୍ ଆବ୍ରାହମ୍ କହିଲେ ମୁର୍ଖ, ଫିଲ୍ମ ପ୍ରମୋଶନ ବେଳେ କାହିଁକି ରାଗିଗଲେ ‘ଆଟାକ୍’ ଅଭିନେତା ?

ନୂଆଦିଲ୍ଲୀ : ବଲିଉଡ୍ ଷ୍ଟାର୍ ଜନ୍ ଆବ୍ରାହମ୍ ଏବେ ନିଜ ପିଲ୍ମ ‘ଆଟାକ’ର ପ୍ରମୋଶନରେ ବ୍ୟସ୍ତ ରହୁଛନ୍ତି । ଯାହା ଏପ୍ରିଲ ୧ରେ ରିଲିଜ୍ ହେବ । ଏହାମଧ୍ୟରେ ଜନଙ୍କ ପାଇଁ ଏକ ଖରାପ ଖବର ଆସିଛି । ଫିଲ୍ମର ପ୍ରମୋଶନ ଇଭେଣ୍ଟ ବେଳେ ଜନ୍ ଜଣେ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାର କରିଥିବା ସୂଚନା ମିଳିଛି । ଏପରିକି ସେ ସାମ୍ବାଦିକଙ୍କୁ ମୁର୍ଖ ବୋଲି ମଧ୍ୟ କୁଆଡେ କହିଛନ୍ତି ।  ଏତିକି ନୁହେଁ, ନିଜ ବୁଦ୍ଧି ଘରେ ଛାଡି ଆସିଛନ୍ତି କି ବୋଲି ଜନ୍ ସାମ୍ବାଦିକଙ୍କୁ ପଚାରିଛନ୍ତି । ଯାହାକୁ ନେଇ ଜନଙ୍କ ପାଇଁ ଅଡୁଆ ବଢିଛି ।
ସୂଚନାନୁସାରେ, ଫିଲ୍ମର ପ୍ରମୋଶନ ଲଗାତର ଭାବେ ଜନ୍ କରୁଛନ୍ତି । ନିକଟରେ ଏକ ଇଭେଣ୍ଟରେ ତାଙ୍କୁ ଜଣେ ସାମ୍ବାଦିକ ଫିଲ୍ମରେ ଆକ୍ସନ ସିନ୍ ଅଧିକ ହୋଇଯାଉଛି । ଆପଣ ୪ରୁ ୫ ଜଣଙ୍କ ସହ ଫାଇଟ୍ କରିବା ଠିକ୍ । କିନ୍ତୁ ୨୦୦ଜଣଙ୍କ ସାମ୍ନା କରିବା, ହାତରେ ବାଇକ୍ ଧରି ଫିଙ୍ଗିବା, ହାତରେ ହେଲିକପ୍ଟର ଅଟକାଇବା ଅଧିକ ନୁହେଁ କି ବୋଲି ପଚାରିଥିଲେ ।  ଏହା ଉପରେ କଣ କହିବେ ବୋଲି ଜନଙ୍କୁ ପ୍ରଶ୍ନ କରିଥିଲେ ।
ଏହି ପ୍ରଶ୍ନ ଶୁଣି ଜନ୍ ରାଗି ଯାଇଥିଲେ । ଜନ୍ ସାମ୍ବାଦିକଙ୍କୁ ପ୍ରଶ୍ନ କଣ ଆଟାକଙ୍କ ସହ ସମ୍ପର୍କିତ କି ବୋଲି ପଚାରିଥିଲେ । ଏହାପରେ ସାମ୍ବାଦିକ ସତ୍ୟମେବ ଜୟତେ ବୋଲି କହିଥିଲେ । ଏହାପରେ ଜନ୍ କହିଥିଲେ ଯେ, ସେ ଆଟାକ୍ କଥା କହୁଛନ୍ତି । କିଛି ସମୟ ପରେ ଫିଟନେସ୍ ସମ୍ପର୍କିତ ଏକ ପ୍ରଶ୍ନରେ ବୁଦ୍ଧି କଣ ଘରେ ଛାଡିକି ଆସିଛ ବୋଲି ସାମ୍ବାଦିକଙ୍କୁ ଓଲଟା ପଚାରିଥିଲେ । ବୁଢା ଅଙ୍କଲଙ୍କ ଭଳି ପୁରୁଣା ପ୍ରଶ୍ନ ପଚାରିଲେ ଅସୁବିଧା ହେବ ବୋଲି କହିଥିଲେ ଜନ୍ । ତେବେ ଜନଙ୍କ ଏପରି ଆଚରଣକୁ ଅନେକ ନିନ୍ଦା କରିଛନ୍ତି । ସାମ୍ବାଦିକଙ୍କୁ ଏପରି ବ୍ୟବହାର ଠିକ୍ ନୁହେଁ ବୋଲି ଅନେକ ମତ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com