ଜାତୀୟରାଜନୀତି

କାମ କରିବା ଛାଡିଦେଲେ ବ୍ୟକ୍ତିର ପରାଜୟ ହୁଏ’: ଗଡକରୀ

‘ହାରିଗଲେ କାହାରି ଅନ୍ତ ହୁଏ ନାହିଁ । ବରଂ କାମ କରିବା ଛାଡିଦେଲେ ବ୍ୟକ୍ତିର ପରାଜୟ ହୋଇଥାଏ । ଯଦି କାହାର ହାତ ଧରିଛ ତେବେ କେବେ ବି ତା’ର ହାତ ଛାଡନାହିଁ । ସମ୍ପଦ ହେଉ ବା ବିପଦ ସୁବଥିରେ ତା’ ସହ ଛିଡା ହେବାକୁ ଚେଷ୍ଟା କର’ । ଶନିବାର ନାଗପୁରରେ ଆୟୋଜିତ ଏକ ଜନସଭାରେ ଆମେରିକାର ପୂର୍ବ ରାଷ୍ଟ୍ରପତି ରିଚାର୍ଡ ନିକସନଙ୍କ ଉଦାହରଣ ଦେଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ଗଡକରୀ ନାଗପୁରରେ ଉଦ୍ୟୋଗୀଙ୍କ ଏକ ସଭାକୁ ସମ୍ବୋଧନ କରୁଥିଲେ । ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, କୌଣସି ବ୍ୟବସାୟ, ସାମାଜିକ କାର୍ଯ୍ୟ, ରାଜନୀତିରେ ଥିବା ବ୍ୟକ୍ତି ପାଇଁ ସାମାଜିକ ସମ୍ପର୍କ ପ୍ରତିଷ୍ଠା କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ।ସବୁଠୁ ବଡ ଶକ୍ତି ମଧ୍ୟ । ସେ ଆହୁରି କହିଛନ୍ତି ଯେ, କାହାକୁ କେବେ ବ୍ୟବହାର କରି ପରିତ୍ୟାଗ କରିବା ଅନୁଚିତ । ଯଦି କେବେ କାହା ହାତ ଧରିଛି ତେବେ ଭଲ ଦିନ ହେଉ ବା ଖରାପ ଦି ସଦାବେଳେ ରହିବା ଦରକାର । ନିକଟରେ ଦଳର ସଂସଦୀୟ କମିଟିରୁ ବାଦ୍ ପଡିଥିବା ଗଡକରୀ କହିଛନ୍ତି ଯେ, ଯେତେବେଳେ ସେ ଜଣେ ଛାତ୍ର ନେତା ଥିଲେ ସେତେବେଳେ କଂଗ୍ରେସ ନେତା ଶ୍ରୀକାନ୍ତ ଜିଚକର ତାଙ୍କୁ କଂଗ୍ରେସରେ ସାମିଲ ହେବାକୁ କହିଥିଲେ । ସେତେବେଳେ ସେ କୂଅକୁ ଡେଇଁ ମରିଯିବା ବେଶି ପସନ୍ଦ କରିବେ ହେଲେ କଂଗ୍ରେସରେ ଯୋଗ ଦେବେ ନାହିଁ ବୋଲି ରୋକଠୋକ୍ କହିଥିଲେ । କାରଣ କାଙ୍କୁ କଂଗ୍ରେସର ବିଚାରଧାରା ପସନ୍ଦ ନଥିଲା ବୋଲି ସେ କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com