ଜାତୀୟମନୋରଞ୍ଜନ

ଲୁଚି ଛପି ବିବାହ କଲେ ଶ୍ରୁତି ହାସନ- ଶାନ୍ତନୁ ହଜାରିକା ! ବୟଫ୍ରେଣ୍ଡ କଲେ ଖୁଲାସା

ମୁମ୍ବାଇ : ଭେଟେରାନ ଅଭିନେତା ରାଜନେତା କମଲ ହାସନଙ୍କ ଝିଅ ଅଭିନେତ୍ରୀ ଶ୍ରୁତି ହାସନ । ଟଲିଉଡ୍‌ ହେଉ କିମ୍ବା ବଲିଉଡ୍‌ ଇଣ୍ଡଷ୍ଟ୍ରୀ ତାଙ୍କୁ ନେଇ ବେଶ୍‌ ଚର୍ଚ୍ଚା । ବ୍ୟକ୍ତିଗତ ଠାରୁ ଆରମ୍ଭ କରି ବୃତ୍ତିଗତ ଜୀବନ ପାଇଁ ଆଲୋଚନା ରହନ୍ତି । ଅଭିନେତ୍ରୀ ହେବା ପୂର୍ବରୁ ଶ୍ରୁତି ଏକ ପ୍ଲେକ୍ ସିଙ୍ଗର । ସେ ଉଭୟ ଦକ୍ଷିଣ ଭାରତୀୟ ସିନେମା ଏବଂ ବଲିଉଡରେ ନିଜର ଅଭିନୟ ଦକ୍ଷତା ପ୍ରମାଣ କରିଛନ୍ତି । ଦୀର୍ଘ ସମୟ ଧରି ତାଙ୍କ ସମ୍ପର୍କ ସ୍ଥିତିକୁ ଗୁପ୍ତ ରଖିବା ପରେ ସେ ବର୍ତ୍ତମାନ ତାଙ୍କ ପ୍ରେମିକ ଶାନ୍ତନୁ ହଜାରିକାଙ୍କ ସହ ସମ୍ପର୍କକୁ ଖୁଲାସା କରିଛନ୍ତି।
ବର୍ତ୍ତମାନ ଅଭିନେତ୍ରୀ ଶ୍ରୁତି ହାସନ ଏହି ଖବରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଶାନ୍ତନୁ ହଜାରିକାଙ୍କ ସହ ଦୀର୍ଘ ଦିନ ଧରି ଡେଟ୍‌ କରି ଆସୁଥିଲେ । ସମ୍ପର୍କ ଲୁଚାଇବା ପରେ ଶ୍ରୁତି ଏବେ ଅଫିସିଆଲ୍ ଭାବେ ଘୋଷଣା କରିଛନ୍ତି । ଶାନ୍ତନୁ ଶ୍ରୁତିଙ୍କ ସହ ଦୁହିଁଙ୍କ ସମ୍ପର୍କ ବିଷୟରେ କଥାବାର୍ତ୍ତା କରିବା ସହ ବିବାହ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି।
ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ଶାନ୍ତନୁ ହଜାରିକା ଶ୍ରୁତିଙ୍କ ସହ ତାଙ୍କ ବିବାହ ଯୋଜନା ବିଷୟରେ କଥାବାର୍ତ୍ତା କରିଛନ୍ତି। ସେ କହିଥିଲେ ଯେ ଉଭୟ ବିବାହିତ କିନ୍ତୁ ଏହା ଏକ ସାଧାରଣ ବିବାହ ନୁହେଁ ବରଂ ଏକ ସୃଜନଶୀଳ । ଯାହା ଦର୍ଶାଏ ଯେ ଆମର ସମ୍ପର୍କ କେତେ ଶକ୍ତିଶାଳୀ । ଏହା ଆମ ସମ୍ପର୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି । ଶାନ୍ତନୁ ହଜାରିକା ଜଣେ ଡୁଡଲ କଳାକାର ଯିଏକି ରାଫ୍ଟାର, ଡିଭାଇନ୍, ରିତଭିଜ ଭଳି ସଙ୍ଗୀତ ଇଣ୍ଡଷ୍ଟ୍ରିର ଅନେକ ବଡ଼ କଳାକାରଙ୍କ ସହିତ କାମ କରିଛନ୍ତି । ଶ୍ରୁତି ଏବଂ ଶାନ୍ତନୁ ୨୦୧୮ ମସିହାରୁ ପରସ୍ପରକୁ ଜାଣିଛନ୍ତି ଏବଂ ୨୦୨୦ରେ ଉଭୟ ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ । ଶେଷରେ ୯ ଜାନୁୟାରୀ ୨୦୨୨ରେ ଇନଷ୍ଟାଗ୍ରାମ୍‌ ରିଲ୍‌ରେ ଏକ ଭିଡିଓ ଅପଲୋଡ୍‌ କରିଥିଲେ । ଯେଉଁଥିରେ ଦୁହେଁ ଦୁହିଁଙ୍କ ପ୍ରେମକୁ ନେଇ ସ୍ବୀକାର କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com