ଜାତୀୟ

ନୂଆଦିଲ୍ଳୀ : ଋଷିଆ ଓ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧକୁ ନେଇ ସମଗ୍ର ବିଶ୍ୱ ଚିନ୍ତାରେ ରହିଛି । ଯୁଦ୍ଧ କାରଣରୁ ବିଶ୍ୱ ଅର୍ଥନୀତି ପଛୁଆ ହେବାକୁ ଯାଉଥିବା ବେଳେ ଭାରତୀୟ ମଦୁଆ ମାନଙ୍କମ ପାଇଁ ସୃଷ୍ଟି ହୋଇଛି ବଡ ସମସ୍ୟା । ୟୁକ୍ରେନ୍ ଏବଂ ଋଷିଆ ମଧ୍ୟରେ ହେବାକୁ ଥିବା ଯୁଦ୍ଧ ପାଇଁ ବିୟର ମହଙ୍ଗା ହେବାକୁ ଯାଉଥିବା ବେଳେ ଏହା ବିୟର ପ୍ରେମୀ ମାନଙ୍କୁ ଚିନ୍ତାରେ ପକାଇଛି । ଉଭୟ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ କାରଣରୁ ଭୋଡକାର ମୂଲ୍ୟ ଆକାଶ ଛୁଇଁଛି । ଏପରିକି ଆମେରିକା ଏବଂ କାନାଡା ଭଳି ଦେଶ ଋଷୀୟ ସ୍ପିରିଟ ମଧ୍ୟ ଆମଦାନୀ କରୁନାହାନ୍ତି । ମଦ ଏବଂ ବିୟର ପରି ସାମଗ୍ରୀ ପ୍ରସ୍ତୁତ ପାଇଁ ବାର୍ଲି ଏବଂ ମଲ୍ଟ ସବୁଠାରୁ ଅଧିକ ବ୍ୟବହୃତ ହୋଇଥାଏ ।
ଋଷିଆ ବିଶ୍ବର ଦ୍ୱିତୀୟ ବୃହତ୍ତମ ବାର୍ଲି ଉତ୍ପାଦନକାରୀ ଦେଶ ରହିଥିବା ବେଳେ ୟୁକ୍ରେନ ଚତୁର୍ଥ ସ୍ଥାନରେ ରହିଛି । ଯଦି ଯୁଦ୍ଧ ଅଧିକ ଦିନ ଧରି ଜାରି ରୁହେ ତେବେ ବାର୍ଲିର ମୂଲ୍ୟ ଅନ୍ତର୍ଜାତୀୟ ସ୍ତରରେ ବୃଦ୍ଧି ପାଇବ । ଯଦିଓ ଭାରତ ମଦ ଉତ୍ପାଦନ ପାଇଁ ବିଶ୍ୱ ଉପରେ ନିର୍ଭରଶୀଳ ନୁହେଁ ତଥାପି ବିଶ୍ୱରେ ମୂଲ୍ୟବୃଦ୍ଧି ଭାରତକୁ ପ୍ରଭାବିତ କରିବ । ଅନ୍ତର୍ଜାତୀୟ ଦର ବୃଦ୍ଧି ଦ୍ୱାରା ପ୍ରଭାବିତ ହୋଇ ଭାରତୀୟ ବଜାରରେ ଦରଦାମ ବଢିଯିବାର ସମ୍ଭାବନା ରହିଥିବା ବେଳେ ଏହି କାରଣରୁ ଦେଶରେ ବିୟର ମୂଲ୍ୟ ମଧ୍ୟ ବଢିବାର ସମ୍ଭାବନା ରହିଛି । ବର୍ତ୍ତମାନ ଚାଲି ରହିଥିବା ଯୁଦ୍ଧ ଅନ୍ତର୍ଜାତୀୟ ବଜାରରେ ବାର୍ଲି ଦରକୁ ପ୍ରଭାବିତ କରିବ ବୋଲି ବିରା-୯୧ ବିୟର ବ୍ରାଣ୍ଡର ସିଇଓ ଅଙ୍କୁର ଜୈନ ପ୍ରକାଶ କରିଛନ୍ତି । ତେବେ କମ ସମୟ ମଧ୍ୟରେ ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ଜୈନ କହିଛନ୍ତି । ତେବେ ବିଭିନ୍ନ କମ୍ପାନୀ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ହିଁ ମୂଲ୍ୟବୃଦ୍ଧି ହେବ କି ନାହିଁ ନିର୍ଦ୍ଧାରଣ କରାଯିବ ବୋଲି ଜୈନ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com