Breaking NewsFeaturedଜାତୀୟଜୀବନଶୈଳୀ

ଏମିତି ଏକ ଗାଁ ଯେଉଁଠିି ପ୍ଲାଷ୍ଟିକ ବଦଳରେ ମିଳୁଛି ଗୋଲ୍ଡ କଏନ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ପ୍ଲାଷ୍ଟିକ ଦିଅ ସୁନା ନିଅ । ଏଭଳି ଏକ ନିଆରା ଅଭିଯାନ ଆରମ୍ଭ ହୋଇଛି କାଶ୍ମୀରର ଅନନ୍ତନାଗ ଜିଲ୍ଲାର ସାଦିୱାରା ଗାଁରେ । ଏ ହେଉଛି ଭାରତର ଏକମାତ୍ର ଗାଁ ଯେଉଁଠି ପ୍ଲାଷ୍ଟିକ ଦେଇସୁନା ଆଣିପାରିବେ । ବର୍ତ୍ତମାନ ପ୍ଲାଷ୍ଟିକର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାଦ୍ୱାରା ପରିବେଶ ଏବଂ ଜୀବ ଜଗତ ପ୍ରଭାବିତ ହେଉଛନ୍ତି ।

ପ୍ରାଣୀଜଗତର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ଭାବେ ବର୍ଜନ କରିବା ସହ ପରିବେଶର ସୁରକ୍ଷା ପ୍ରତ୍ୟକ ନାଗରିକର ମୌଳିକ ଦାୟିତ୍ୱ ଓ କର୍ତ୍ତବ୍ୟ । ଏହାକୁ ଦୁଷ୍ଟିରେ ରଖି କାଶ୍ମୀରର ସାଦିୱାରା ଗାଁର ସରପଞ୍ଚ ଫାରିକ ଅହମ୍ମଦ ଗନଇ ପ୍ଲାଷ୍ଟିକ ଦିଅ ସୁନା ନିଅ ଭଳି ଏକ ନିଆରା ଅଭିଯାନ ଆରମ୍ଭ କରିଛନ୍ତି । ବୃତ୍ତିରେ ଓକିଲ ଥିବା ଫାରୁଖ ଅହମ୍ମଦ ଏଥିପାଇଁ ଅନେକ ଉଦ୍ୟମ କରିଛନ୍ତି । କିନ୍ତୁ ଗାଁ ଲୋକଙ୍କ ସହଯୋଗ ଅଭାବରୁ ତାଙ୍କର ଅଧିକାଂଶ ଉଦ୍ୟମ ବିଫଳ ହୋଇଥିଲା । ଶେଷରେ ବାଧ୍ୟ ହୋଇ ସେ ଏପରି ଏକ ଉପାୟ ବାହାର କରିଛନ୍ତି । ଲୋକମାନଙ୍କୁ ୨୦୦ କିଲୋଗ୍ରାମ ପ୍ଲାଷ୍ଟିକ ବଦଳରେ ଏକ ସୁନା ମୁଦ୍ରା ଦେବାର ପ୍ରତିଶୃତି ଦେଇଛନ୍ତି ଫାରୁକ ଅହମ୍ମଦ । ତାଙ୍କର ଏହି ଘୋଷଣା ପରେ ଲୋକମାନେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ଆରମ୍ଭ କରିଛନ୍ତି । ମାତ୍ର ଦୁଇ ସପ୍ତାହ ମଧ୍ୟରେ ଗାଁ ପ୍ଲାଷ୍ଟିକ ମୁକ୍ତ ହୋଇପାରିଛି । ସରପଞ୍ଚଙ୍କ ଏହି ଅଭିଯାନ ବହୁ ଲୋକପ୍ରିୟତା ହାସଲ କରିବା କରିଥିବା ବେଳେ ସମସ୍ତେ ଏହାକୁ ପ୍ରଶଂସା କରିଛନ୍ତି । ଏବଂ ଅନ୍ୟ ପଞ୍ଚାୟତ ଗୁଡିକ ମଧ୍ୟ ଏହିଭଳି ପଦକ୍ଷେପ ଗ୍ରହଣ କରିବାକୁ ଆଗେଇ ଆସିଛନ୍ତି । ଖାଲି ଏତିକି ନୁହେଁ ଜିଲ୍ଲା କମିଶନରଙ୍କ ଦ୍ୱାରା ଏହି ଗାଁକୁ ପ୍ଲାଷ୍ଟିକ ମୁକ୍ତ ଗାଁ ଭାବେ ମଧ୍ୟ ଘୋଷଣା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com